ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆଦିଲ୍ଲୀ : ଦ୍ୱିତୀୟ ଦିନରେ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ.. ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଚଢାଉ..ଗତକାଲି ୧୨ଟାରୁ ବିବିସି କାର୍ଯ୍ୟାଳୟରେ ଚାଲିଛି ଚଢାଉ..

ବ୍ରହ୍ମପୁର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗାଁରେ ବିବାହ କାର୍ଯ୍ୟ ବେଳେ ଦୁର୍ଘଟଣା: ବରଯାତ୍ରୀଙ୍କ ସ୍ବାଗତ ପାଇଁ ଅପେକ୍ଷା କରିଥିବା ବେଳେ କାନ୍ୟଯାତ୍ରୀଙ୍କ ଉପରେ ମାଡ଼ିଗଲା, ସ୍କର୍ପିଓ ୩ ମୃତ ଓ ୧୨ ଆହତ..

ମୃତକ ହେଉଛନ୍ତି ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ ଓ ଭାରତୀ ରେଡ୍ଡୀ.. ଆହତଙ୍କୁ ଏମକେସିଜିରେ ଭର୍ତ୍ତି, ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଫେରାର..

ଝାରସୁଗୁଡା : ସଦର ଥାନାରୁ ଅଭିଯୁକ୍ତ ଫେରାର.. କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚମ୍ପଟ ମାରିଥିବା ନେଇ ସୂଚନା..

ବଣାଇ : ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୋତି ଦେଲେ ଚାଉଳ.. ବଡ ଗୋଗୁଆ ପଞ୍ଚାୟତ ପରିସରରେ ପୋତା ହୋଇଛି ବସ୍ତାବସ୍ତା ଚାଉଳ..

ଚାଉଳ ପୋତାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ.. ଏତେ ପରିମାଣର ଚାଉଳ କିଏ ଓ କାହିଁକି ପୋତି ସେନେଇ ସ୍ପଷ୍ଟ ହୋଇ ନାହିଁ..

ଢେଙ୍କାନାଳ : ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର.. ପୁଲିସ କ୍ୱାର୍ଟରରୁ ମୃତଦେହ ଉଦ୍ଧାର.. ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ କରାଯାଉଛି ସନ୍ଦେହ..

Comments are closed.