MEllora 950×100

ସସକାପଦର ଡବଲ ମର୍ଡର ଘଟଣା; ୬ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଏକ ଡବଲ ମର୍ଡର ମାମଲାର ବିଚାର କରି ଛଅ ଜଣ ଅଭିଯୁକ୍ତ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ମନମୁଣ୍ଡା ଥାନା ମହତପୁର ଗ୍ରାମର ହରିତ କର୍ଣ୍ଣ ଗତ ୨୦.୪.୧୫ ତାରିଖରେ ଏକ ପେସନପ୍ଲସ(ଓଆର ୧୫ଜି-୪୧୨୪) ବାଇକରେ କେଉଁଆଡେ  ଯାଇଥିଲେ ।  ଏନେଇ ଗତ ୨୨.୪.୧୫ ତାରିଖରେ ହରିତ ନିଖୋଜ ଥିବା ନେଇ ତାର ଭାଇ ଅମିର କର୍ଣ୍ଣ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ।

ଗତ ୨୬.୪.୧୫ ତାରିଖରେ ହରିତର ଭାଇ ଅମୀର ଜାଣିବାକୁ ପାଇଲା ଯେ, ହରିତ କର୍ଣ୍ଣ, ପାଇକବାହାଲ ଗ୍ରାମର ସୁରଥ ନାୟକ, ଝାଙ୍କରପଡା ଗ୍ରାମର ବିଶ୍ୱନାଥ ପଲିଆ, ଜିତେନ ହାତୀ, ପାଇକବାହାଲ ସୁଦାମ ହାତୀ, ଶେଷ ହାତୀ, ମନମୁଣ୍ଡାର ଶ୍ରୀ କାନ୍ତ ବେହେରା ଜୁରାମୁଣ୍ଡାର ସୁମନ ସମସ୍ତେ ମିଶି ୪ଟି ବାଇକରେ ଜିତେନ ହାତୀର ବାହାଘର ଭୋଜି ଥିବାରୁ ଛେଳି (ମେଲଛା ) କିଣିବାକୁ ଲହୁରପଡା, ଛଲଣ୍ଡା ଆଦି ଗ୍ରାମକୁ ଯାଇ ଛେଳି ଦର ଧାର୍ଯ୍ୟ କରି ରାତି ପ୍ରାୟ ଦଶଟା ସମୟରେ ଘରକୁ ଫେରୁଥିଲେ । ସେମାନେ ସମସ୍ତେ ଫେରିବା ସମୟରେ ହରିତ ଓ ସୁରଥ ଗୋଟିଏ ବାଇକରେ ବସିଥିଲେ ।

ଏହି ସମୟରେ ସସକାପଦର ଗ୍ରାମମୁଣ୍ଡ ନାଳ ପାଖରେ ଠେଙ୍ଗା, ବାଡି ଧରି ସସକାପଦର ଗ୍ରାମର ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର, ବିଜୁ କହଁର, ଲିବେଶ୍ୱର କହଁର, ବାରକୁଥଲି ଗ୍ରାମର ଅକୁର କହଁର ପାଖ ଗାଁ ବାରକୁତୁଳି, ଚାଞ୍ଚେର, ଆଡସିଙ୍ଗ, ଡୁଡସିଙ୍ଗ ଆଦି ଗ୍ରାମର ଦଶ ବାର ଜଣ ଲୋକଙ୍କୁ ଡାକି ଠେଙ୍ଗା ଓ ବାଡିରେ ହରିତ ଓ ସୁରଥଙ୍କ ମୁଣ୍ଡ ଓ ଦେହକୁ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହରିତ ଓ ସୁରଥର ମୃତ୍ୟୁ ହୋଇଯାଇଥିଲା ।  ଭୟରେ ଅନ୍ୟ ୬ ଜଣ ବାଇକ ଛାଡି ଦୌଡି ପଳାଇ ଲୁଚିଯାଇଥିଲେ । ମୃତ୍ୟୁ ପରେ ଶବ ଦୁଇଟିକୁ କାକଟପଙ୍ଗା ଜଙ୍ଗଲର ଜୁନାଢିହି ଠାରେ ପୋଡିଦେଇଥିଲେ ।

ତାପରେ ବାଘନଦୀର ପଦ୍ମଦୋରରେ ବାଇକ ଗୁଡିକୁ ଫିଙ୍ଗି ଦେଇଥିଲେ ।  ପୁଲିସ ଥାନା କେସ ନଂ ୬୧/୧୫ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ  ଚିତରଂଜନ କହଁର ଓ ଅନ୍ୟ ଦୁଇ ନାବାଳକଙ୍କୁ ଆଣି ଜେରା କରିଥିଲା । ଜେରା ସମୟରେ ପୁଲିସ ସମସ୍ତ ଘଟଣା ଜାଣି ପାରିଥିଲା । ଶବ ପୋଡି ଦେଇଥିବା ସ୍ଥାନକୁ ଯାଇ ହାଡ ଓ ପାଉଁଶ ଜବତ କରିଥିଲା ଏବଂ ଅଗ୍ନିଶମ ବାହିନୀ ସାହାଯ୍ୟରେ ପାଣିରେ ପଡିଥିବା ବାଇକ ଗୁଡିକୁ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତ ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର, ବିଜୁ କହଁର, ଲିବେଶ୍ୱର କହଁର, ବାରକୁତୁଲି ଗ୍ରାମର ଅକୁର କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ମାନ୍ୟବର କୋର୍ଟ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ଦିନ ଆଜୀବନକାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

Comments are closed.