ବୌଦ୍ଧରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବୌଦ୍ଧ: କରୋନା କଟକଣାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବରେ ପାଳନ କରାଯାଇଛି। ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦିପ କୁମାର ଅମାତ ଓ ଜିଲା ପର୍ଯ୍ୟବେକ୍ଷକ କୃତ୍ତିବାସ ପାତ୍ର ଅତିଥି ଭାବରେ ଯୋଗଦେଇ ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜୋନାଲ ସଭାପତି ଅଶୋକ କୁମାର ସାହୁ, ବରିଷ୍ଠ ନେତା ତାରେଣି ମହାପାତ୍ର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସ, ଧୂରୀଣ କୁମାର ଦେହୁରୀ, ବସନ୍ତ ସ୍ୱାଇଁ, ମୁଣ୍ଡାପଡା ସରପଞ୍ଚ ବଦ୍ୟାଧର ସ୍ୱାଇଁ, ମନ ରଞ୍ଜନ ଦାସ, ଯୋଗଶ୍ୱେର ମହାକୁଳ, ରବିନ୍ଦ୍ର କୁମାର ରାଉତ, ମାନସ ପୁରୋହିତ, ଗିରିଜା ଶଙ୍କର ପାଢି, ମନୋଜ କୁମାର ସାହୁ, ଯୋଗେଶ ପ୍ରସାଦ ନାୟକ, ଧର୍ମେନ୍ଦ୍ର ମେହେରଙ୍କ ସମତେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇ ପ୍ରବାଦପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.