ଟ୍ରାକ୍ଟର ତ​‌ଳେ ଚାପି ହୋଇ ଡ୍ରାଇଭର ମୃତ

ବୌଦ୍ଧ : ବୌଦ୍ଧ ଥାନା ସରସରା ଗ୍ରାମ ପଞ୍ଚାୟତର ବଘାରପାଲି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମୃତ ବରଣ କରିଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ବାଲି ଆଣିବା ପାଇଁ ଟ୍ରାକ୍ଟର ନେଇ ଡ୍ରାଇଭର ସରସରା – ବଘାର ପାଲି ଅଣ ଓସାରିଆ କଚା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଡ୍ରାଇଭରଙ୍କ ଉପରେ ଟ୍ରାକ୍ଟରଟି ପଡିଯାଇଥିଲା। ଟ୍ରାକ୍ଟର ଚାପରେ ଆସି ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Comments are closed.