ବୌଦ୍ଧ ଜିଲା କ୍ରିକେଟ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ

ବୌଦ୍ଧ : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଯେଉଁ ଭଳିଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି। ଏଥିରେ ସହଯୋଗ କରିବାପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ଆସିଛନ୍ତି। କେବଳ କ୍ରିକେଟ ନୁହେଁ ଜନମଙ୍ଗଳ ସାମାଜିକ କାର୍ଯ୍ୟରେ ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ପୂର୍ବରୁ ଯେଉଁ ଭଳିଭାବେ ସାମିଲ ହୋଇଆସିଛି ଏହି କରୋନା ଯୁଦ୍ଧରେ ମଧ୍ୟ ସହଯୋଗର ହାତ ବଢାଇଛି। ଆଜି ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନକରି ଏକ ଜିଲ୍ଲାସ୍ତରୀୟ କ୍ରୀଡାନୁଷ୍ଠାନ ଭାବେ ଉଦାହରଣ ସୃଷ୍ଟି କରିଛି। ଚେକ୍‍ ପ୍ରଦାନବେଳେ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ଯୁଗଳ କିଶୋର ସାମଲ, ସଂପାଦକ ଲମ୍ବୋଦର ପୁରୋହିତ, କାଉନସିଲ ସଦସ୍ୟ ଦିବ୍ୟରଂଜନ ପଟ୍ଟନାୟକଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧଜିଲ୍ଲା ପ୍ରଶାସନକୁ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ ଜାରିରଖିବ ବୋଲି ଆସୋସିଏସନ ସଭାପତି ଶ୍ରୀ ସାମଲ ସୂଚନା ଦେଇଥିଲେ।

Comments are closed.