ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଅବସରରେ ଆଜି ସକାଳେ ବିଦ୍ୟାଳୟ ତରଫରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟର ପ୍ରାଧନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ସହିତ ଅତିଥି ଭାବରେ ଜିଲା ଶିଶୁ ମଙ୍ଗଳ ଅଧିକାରୀ ସାକ୍ଷୀଗୋପାଳ ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ ଯୋଗ ଦେଇ ଚାରା ରୋପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପଦ୍ମନାଭ ସୁବୁଦ୍ଧି, ଅଶୋକ ସୁବୁଦ୍ଧି, ସତ୍ୟନାରାୟଣ ସ୍ୱାଇଁ ଶିକ୍ଷୟିତ୍ରୀ ସୁଜାତା ପୁରୋହିତ, କାତ୍ୟାୟିନୀ ପାଢ଼ୀଙ୍କ ସହିତ ଛାତ୍ରୀ ମାନେଉପସ୍ଥିତ ହୋଇ ଉକ୍ତ ଚାରା ରୋପଣକାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.