ଡମ୍ଫର ସହ ପିକ୍‍ଅପ୍‍ ଭ୍ୟାନ୍‍ ଧକ୍କା, ୧ ଆହତ 

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବାଉଁଶୁଣୀ ଥାନା ଅନ୍ତର୍ଗତ ସିଙ୍ଗାରୀ ଛକ ନିକଟରେ ଗୋଟିଏ ଡମ୍ଫର ସହ ବିପରିତ ଦିଗରୁ ଆସୁଥିବା ଗୋଟିଏ ପିକ୍‍ଅପ୍‍ ଭ୍ୟାନ୍‍ର ଧକ୍କା ହେବା ଫଳରେପିକ୍‍ଅପ୍‍ ଭ୍ୟାନ୍‍ଟି ରାସ୍ତା ଉପରେ ଓଲଟି ପଡିଥିଲା। ଦୁର୍ଘଟଣାରେ ପିକ୍‍ଅପ୍‍ ଭ୍ୟାନ୍‍ର  ଡ୍ରାଇଭର ଆହତ ହୋଇ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ବୌଦ୍ଧ ପଟରୁ ସୁବର୍ଣ୍ଣପୁର ଆଡକୁ ଯାଉଥିବା ଏକ ପିକ୍‍ଅପ୍‍ ଭ୍ୟାନ୍‍(ଓଡି ୧୭ଏସ ୦୫୧୬) କୁ ବିପରୀତ ଦିଗରୁ ଆସୁଥିବା ଏଆରଏସଏସ ଠିକା କମ୍ପାନୀର ଗୋଟିଏ ଡମ୍ପର ରାସ୍ତା ଉପରେ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବଲେରୋ ପିକପ ଟି ରାସ୍ତା ଉପରେ ଓଲଟି ପଡିବା ଯୋଗୁଁ ଡ୍ରାଇଭର ଆହତ ହୋଇଥିବା ଜଣାଯାଇଛି। ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.