ବୌଦ୍ଧ ଜିଲ୍ଲା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

 ବୌଦ୍ଧ : ବୌଦ୍ଧ ଜିଲ୍ଲା  ବିଜେପି  ନଦୀ ସୁରକ୍ଷା  ସମିତି ପକ୍ଷରୁ ଏକ ଦାବୀ ପତ୍ର  ରାଜ୍ୟପାଳଙ୍କ  ଉଦ୍ଦେଶ୍ୟରେ    ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି,ଏହି  ଦାବୀ  ଗୁଡିକ  ହେଲା  ମହାନଦୀ  ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକରେ  ପ୍ରଭାବିତ  ବିଭିନ୍ନ୍  ନଦୀ  ଗୁଡିକ  ଜଳ  ଶୁଷ୍କ  ହୋଇଗଲାଣି  ସରକାରଙ୍କ  ତ୍ରୁଟି ପୂର୍ଣ୍ଣ  ନଦୀ ଜଳ  ପରିଚାଳନା  ପାଇଁ,  ତଥା ନଦୀ  ଗୁଡିକରୁ ବାଲି  ଚୋରା ଚାଲାଣ  ସହିତ  ଜାତୀୟ ଗ୍ରୀନ  ଟ୍ରିବୁନାଲର  ନିର୍ଦ୍ଦେଶା ବଳିକୁ  ଉଲ୍ଲଂଘନ କରି ଥିବାରୁ ଜନସାଧାରଣଙ୍କ  ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ  ସରକାର  ପ୍ରଶାସନ ପୋଲିସ  ନୀରବ  ଦ୍ରଷ୍ଟା ସାଜିଛନ୍ତି ,ଏଣୁ  ରାଜ୍ୟର ବିକାଶ ପାଇଁ  ସମସ୍ତ୍  ସମସ୍ୟାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ  କରାଯାଇଛି , ରାଜ୍ୟ ସରକାର  ଏ  ଦିଗରେ ଅବହେଳା ପ୍ରଦର୍ଶନ କଲେ  ବିଜେପି ନଦୀ ସୁରକ୍ଷା ସମିତି  ବାଧ୍ୟ ହୋଇ ରାଜ୍ଯ ବ୍ୟାପି  ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା  ଗ୍ରହଣ କରିବ , ଏହି କାର୍ଯ୍ୟକ୍ରମ ରେ  ଜିଲ୍ଲା  ବିଜେପି ସଭାପତି  ବିପ୍ର ଚରଣ ମହାନ୍ତିଙ୍କ  ସହିତ  ଜିଲ୍ଲା  ନଦୀ ସୁରକ୍ଷା ସମିତିର  ଆବାହକ ବିଶି କେଶନ  ପ୍ରଧାନ, ରାଜ  କୁମାର  ମେହେର  , ଶ୍ଯାମ ସୁନ୍ଦର୍  ପୁରୋହିତ  , ନିରଞ୍ଜନ  ଦାନି ,ଶ୍ରୀକାନ୍ତ ଦନ୍ତା, ନବୀନ  ହୋତା,  ରବି ଦେଓ  ପ୍ରମୁଖ  ଦଳୀୟ  କାର୍ଯ୍ୟ କର୍ତ୍ତାମାନେ  ଯୋଗ ଦେଇଥିଲେ ।

Comments are closed.