ବର୍ଷାରେ ଧୋଇଗଲା ପୋଲ, ସମସ୍ୟାରେ ଗ୍ରାମବାସୀ

ବୌଦ୍ଧ : ବୌଦ୍ଧବ୍ଲକ ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ଥପାପାଲି – ମଲ୍ଲିକପଡା ରାସ୍ତାର ବାହାଲଜୋର ନାଳରେ ନିର୍ମାଣ ହୋଇଥିବା ଏକ ପୋଲ ଗତ ଲଗାଣବର୍ଷାରେ ଧୋଇଯିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ପୋଲ ଦେଇ ମୁଖ୍ୟତଃ ମଲିକପଡା ଗ୍ରାମବାସୀ ଯାତାୟତ କରିଥାନ୍ତି। ବର୍ଷାରେ ପୋଲ ଧୋଇଯିବା ସଂପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଫଳ କିଛି ନହେବାରୁ ଶେଷରେ ଗ୍ରାମବାସୀମାନେ ନିଜେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରି ସେଥିରେ ଯିବା ଆସିବା କରୁଛନ୍ତି। କିନ୍ତୁ ଏହି ଅସ୍ଥାୟୀ କାଠପୋଲ ଦେଇ କେବଳ ଦୁଇଚକିଆ ଯାନ ଯାଇପାରୁଥିବାବେଳେ ଗ୍ରାମକୁ ଭାରିଯାନ କିଛି ଯାଇପାରୁନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ବ୍ଲକ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.