ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲା ମନମୁଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା। ୧୫ କ୍ୟୁଣ୍ଟାଲ ୫୦ କେଜି ଗଞ୍ଜେଇ ଓ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ଏହି ମାମଲାରେ ମନମୁଣ୍ଡା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ମତେ ଶଗଡ଼ ଓ ଫାଣ୍ଡି ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ ଚଢ଼ାଉ କରି ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ବାରକୁଥଳି ଗ୍ରାମର ବବି କହଁର, ରୁଗୁଡିକନପା ଗ୍ରାମର ଦୁଃଶାସନ ସାହୁ । ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.