ଭୋଟର ତାଲିକା ସଂଶୋଧନ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଓ ଆଧାର ସହିତ ନିଜର ଭୋଟର ପରିଚୟ ପତ୍ର ସଂଯୋଗ ପାଇଁ ବୁଧବାର ଦିନ ବୌଦ୍ଧ ବ୍ଲକ ପରିସରରେ ଗରୁଡ ଆପ ମାଧ୍ୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୩୦ ଜଣ ବୁଥ ସ୍ତରୀୟ ଅଧିକାରୀ ଓ ଦୁଇଜଣ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସମୟରେ ଫର୍ମ ୬ (ଖ)ଗରୁଡ ଆପ ରେ କିପରି ପୂରଣ କରିବେ, ଅଧାର ସଂଯୋଗ କରିଣ କିପରି କରାଯିବ ସେହି ବିଷୟରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ବ୍ୟତିତ ଫର୍ମ ୬, ୭ଓ ୮ରେ ନୁତନ ଭାବେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ବୁଥ ସ୍ତରୀୟ ଅଧିକାରୀଙ୍କୁ ଅଗବତ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ତଥା ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ପ୍ରଶିକ୍ଷଣ ଅଧିକାରୀ ତଥା ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା, ଭୋଟର ପଞ୍ଜିକରଣ ଅଧିକାରୀ ତଥା ବୌଦ୍ଧ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡା ଓ ପ୍ରଶିକ୍ଷଣ ସହାୟକ ଜିତେନ୍ଦ୍ର ମେହେର ଉପସ୍ଥିତ ଥିଲେ।

Comments are closed.