ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟସେବା, ୧୨୫ ଡାକ୍ତର ପଦବୀରୁ ଖାଲି ପଡିଛି ୫୫

ବୌଦ୍ଧ: ସରକାର ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ପ୍ରାଥମିକ କର୍ତ୍ତବ୍ୟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବାର ଅଭିଯୋଗ ହେଉଛି। ଜିଲ୍ଲାର ସଦର ମହକୁମାରେ ଥିବା ଜିଲ୍ଲ ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବହୁ ଡାକ୍ତର ପଦବି ଖାଲି ପଡିଛି। ଯାହା ଫଳରେ ରୋଗୀ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ଉମ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜିଲ୍ଲା ବାହାରକୁ ଚାଲିଯାଉଛନ୍ତି। ଯାହାର ଆର୍ଥିକ ସମ୍ବଳ ଅଭାବ ରହିଛି ସେମାନେ ଭାଗ୍ୟକୁ ଆଦିରି ଏଠାରେ ପଡିରହୁଛନ୍ତି। ଜିଲ୍ଲାରେ ୧୨୫ ଡାକ୍ତର ରହିବା ବଦଳରେ ମାତ୍ର ୭୦ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୫୫ ଜଣ ଡାକ୍ତର ପଦବି ଖାଲି ପଡିଛି।

ସେଥି ମଧ୍ୟରୁ ଜିଲ୍ଲାର ଆଡଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁଠାରୁ ଅଧିକ ଡାକ୍ତର ପଦବି ଖାଲି ପଡିଛି। ଜିଲ୍ଲା ସଦର ମହକୁମାରେ ସୁପରିନଟେଣ୍ଡେଣ୍ଟ ସମେତ ୬ ଜଣ ଅଧିକାରୀ ପଦବି ଖାଲି ପଡିଛି। ସେହିପରି ସଦର ମହକୁମାରେ ୪୭ ଡାକ୍ତର ରହିବା ବଦଳରେ ମାତ୍ର ୨୯ ଜଣ ଡାକ୍ତର କାର୍ଯ୍ୟକରୁଛନ୍ତି । ସେହିପରି ବାଉଁଶୁଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବଂ ଆମ୍ବଝରୀ, ବଘିଆପଡା, ଜହ୍ନାପଙ୍କ, ମୁଣ୍ଡାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬ ଜଣ ଡାକ୍ତରଙ୍କ ବଦଳରେ ୧୦ ଜଣ କାର୍ଯ୍ୟ କରୁଛନ୍ତି। ବାଉଁଶୁଣୀ ଡାକ୍ତରଖାନାରେ ବ୍ଲକ ପୋଗ୍ରାମ ଅଧିକାରୀ, ସ୍ତ୍ରୀ ଓ ପ୍ରସୂତ ବିଭାଗ ଡାକ୍ତର, ଶିଶୁରୋଗ ଡାକ୍ତର, ସର୍ଜରୀ ଭଳି ଗୁରୁତ୍ୱ ପୁର୍ଣ୍ଣ ବିଭାଗରେ ଡାକ୍ତର ପଦବି କାଲି ପଡିଛି।

ସେହିପରି ଜହ୍ନାପଙ୍କ ଡାକ୍ତରଖାନାରେ କୌଣସି ଡାକ୍ତର ନାହାନ୍ତି। ଯାହାଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପ୍ରାୟ ୭ଟି ପଂଚାୟତବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହରଭଙ୍ଗା ବ୍ଲକର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଜଣ ଡାକ୍ତରଙ୍କ ବଦଳରେ ୭ ଜଣ ଡାକ୍ତର ଅଛନ୍ତି। ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ ଓ ମେଡିସିନ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି। ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ ଜଣ ଡାକ୍ତରଙ୍କ ବଦଳରେ ୬ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୫ ଡାକ୍ତର ପଦବି ଖାଲି ପଡିଛି। ସେଥିମଧ୍ୟରୁ ସର୍ଜରୀ ଓ ଶିଶୁରୋଗ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି । କାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଜଣ ଡାକ୍ତର ବଦଳରେ ୭ ଜଣ ଡାକ୍ତର ଅଛନ୍ତି।

ହରଭଙ୍ଗା ବ୍ଲକର ଅବହେଳିତ ଆଡଣୀଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ଜଣ ଡାକ୍ତର ରହିବା ବଦଳରେ ମାତ୍ର ୨ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୯ ଜଣ ଡାକ୍ତର ପଦବି ଖାଲି ପଡିଛି। ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡ।।କ୍ତର ରହିବାକୁ ଥିବା ବେେଳେ ସେଠାରେ ମଧ୍ୟ ଡାକ୍ତର ପଦବି ଖାଲି ପଡିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆଡଣୀଗଡ ଡାକ୍ତରଖାନା,କାମାଳ ଡାକ୍ତରଖାନାରେ ଦନ୍ତ ଡାକ୍ତର ପଦବି ମଧ୍ୟ ଖାଲି ପଡିଛି। ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ଜିଲ୍ଲାବାସୀଙ୍କ ସମେତ ପଡଶୀ ଅନୁଗୁଳ, ସମ୍ବଲପୁର, ସୋନପୁର ଜିଲ୍ଲାର ସୀମାନ୍ତ ଗ୍ରାମବାସୀ ନିର୍ଭର କରିଥାନ୍ତି। ହେଲେ ଡାକ୍ତର ସମସ୍ୟା ଯୋଗୁଁ ବାହାରୁ ଆସୁଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଜିଲ୍ଲା ଓ ପୋଡଶୀ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାର ଡାକ୍ତରଖାନା ଗୁଡିକରେ ଡାକ୍ତରପଦବୀ ପୂରଣ କରିବା ପାଇଁ ଦାବି ହେଉଛି।

Comments are closed.