ବୌଦ୍ଧ ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାଣିଜ୍ୟ କର ବିଭାଗର ଚଢାଉ

ବୌଦ୍ଧ : ବୌଦ୍ଧ ସହରର ଦୁଇଟି ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାଣିଜ୍ୟ କର ବିଭାଗ ପକ୍ଷରୁ ଜିଏସଟି ଫାଙ୍କିବା ସନ୍ଦେହରେ ଶୁକ୍ରବାର ଦିନ ଚଢାଉ କରାଯାଇଛି। ସୂଚନା ମୁତାବକ ବୌଦ୍ଧ ସହରର ଦୁଇ ବ୍ୟବସାୟୀ ପ୍ରତିଷ୍ଠାନ ଶ୍ରୀବିନାୟକ ଟେକ୍ସଟାଇଲ ଓ ସିଂହଲ ଏଣ୍ଡ ସିଂହଲ ଟେକ୍ସଟାଇଲ ଦ୍ୱାରା ବ୍ୟାପକ ଜିଏସଟି ଠକେଇ ସନ୍ଦେହରେ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ବାଣିଜ୍ୟ କର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ବାଣିଜ୍ୟକର ବିଭାଗର ୧୨ ଜଣିଆ ଟିମ ଏକକାଳୀନ ଦୁଇଟି ବ୍ୟବସାୟ ପ୍ରତିଷ୍ଠାନର ତିନୋଟି ସ୍ଥାନରେ ଚଢାଉ କରିଛନ୍ତି । ବିଭାଗ ପକ୍ଷରୁ ବ୍ୟବସାୟୀ ପ୍ରତିଷ୍ଠାନର ସେଲ ରେଜିଷ୍ଟ୍ରର, ଷ୍ଟକ ଯାଞ୍ଚ କରିବା ସହ ବିଭିନ୍ନ କାଗଜ ପତ୍ର ତନଖି କରିବା ସହିତ ଏକାଉଣ୍ଟ ଜବତ କରାଯାଇଥିବା ଜଣାପଡିଛି। ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ ନେଣ ଦେଣ କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଏହି ବ୍ୟବସାୟ ପ୍ରତିଷ୍ଠାନ ଦ୍ୱାରା ହେଉଥିବା କାରବାର ଅନୁଯାୟୀ ସରକାରଙ୍କୁ ଜିଏସଟି ପ୍ରଦାନ କରାଯାଉନାହିଁ, ତେଣୁ ଏହି ଚଢାଉ କରାଯାଇଥିବା ଆୟକର ବିଭାଗର ଡେପୁଟି କମିଶନର ସୁବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତେବେ ସମସ୍ତ କାଗଜ ପତ୍ର ଓ ଷ୍ଟକ ତନଖି କରିବାପରେ ଅଭିଯୋଗ ଅନୁଯାୟୀ କେତେ ପରିମାଣର ଜିଏସଟି ଫାଙ୍କି କରାଯାଇଛି ଜଣାପଡିବ ବୋଲି ବାଣିଜ୍ୟ କର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଣିଜ୍ୟ କର ବିଭାଗ ପକ୍ଷରୁ ଏହି ଚଢାଉ ସୂଚନା ପ୍ରଚାରିତ ହେବାପରେ ସହରର ଅନେକ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିôବା ଦେଖାଯାଇଛି। ଏହି ଚଢାଉରେ ବାଣିଜ୍ୟ କର ବିଭାଗର ଡେପୁଟି କମିଶନର ସିଟି ଜିଏସଟି ସମ୍ବଲପୁର ସୁବୋଧ କୁମାର ପଣ୍ଡା, ଡେପୁଟି କମିଶନର ସିଟି ଜିଏସଟି ରଜନୀକାନ୍ତ ସେଠ୍. ସିଟି ଜିଏସଟି ଅଫିସର ବରଗଡ ଦିନେଶ କୁମାର ବାଗ, ଡେପୁଟି କମିଶନର ସିଟି ଜିଏସଟି ଝାରସୁଗୁଡା ( ପ୍ରବର୍ତ୍ତନାଳୟ) ସତୀଶ ରଞ୍ଜନ ଜାଲ, ଅତିରିକ୍ତ ସିଟି ଜିଏସଟି ଅଫିସର ବରଗଡ କରମ ସୋରେନ, ଅତିରିକ୍ତ ସିଟି ଜିଏସଟି ଅଫିସର ବରଗଡ ଶିବ ଶଙ୍କର ବାରିକ, ସିଟି ଜିଏସଟି ଅଫିସର ରଞ୍ଜନ ସାଗର, ଅତିରିକ୍ତ ସିଟି ଜିଏସଟି ଅଫିସର ସମ୍ବଲପୁର ଉମେଶ ଅମାତ, ସହକାରୀ ସିଟି ଜିଏସଟି ଅଫିସର ସମ୍ବଲପୁର ଶିଶିର ସାହୁ, ଅତିରିକ୍ତ ସିଟି ଜିଏସଟି ଅଫିସର ବିଜୟ ମାହାଲି , ସିଟି ଜିଏସଟି ଅଫିସର ଝାରସୁଗୁଡା ପୁର୍ଣ୍ଣଚନ୍ଦ୍ର ଟପୋ, ଅତିରିକ୍ତ ସିଟି ଜିଏସଟି ଅଫିସର ସମ୍ବଲପୁର ଜୟନ୍ତୀ ନାଏକ ଓ ଅଭିତାଭ ବେସନ ପ୍ରମୁଖ ସାମିଲ ଥିଲେ।

Comments are closed.