ରାଂଗି ଉପରେ ରୋକ ଲଗାଇବା ନେଇ ଜିଲାପାଳଙ୍କ ବୈଠକ

ବୌଦ୍ଧ: ଶିକ୍ଷାନୁଷ୍ଠାନ ଗୁଡିକରେ ରାଂଗି ଉପରେ ରୋକ ଲଗାଇବା ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧକ୍ଷତା କରିବାସହ ସମସ୍ତ ମହାବିଦ୍ୟାଳୟରେ କମିଟି ଗଠନ କରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକରେ ଯେପରି ୍କଗିଂ ଭଳି ଘଟଣା ନହୁଏ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା, ଛାତ୍ରାବାସ ଦାୟିତ୍ୱରେ ଥିବା ଅଧ୍ୟକ୍ଷ , ୱାଡେନ ଛାତ୍ରାବାସ ନିକଟରେ ରହିବା ଓ ପ୍ରତିଦିନ ନିଶ୍ଚିତ ଭାବରେ ଦୁଇଥର ଛାତ୍ରାବାସ ପରିଦର୍ଶନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏଥିସହିତ ଶାରୀରିକ ଓ ମାନସିକ ସ୍ତରରେ ରାଂଗିର ପ୍ରଭାବ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସିଲିଂ ମାଧ୍ୟମରେ ସଚେତନ କରାଇବା, ରାଂଗିରେ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଦଣ୍ଡବିଧାନ ସଂପର୍କରେ ସଚେତନ କରାଇବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀମିଶ୍ର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହିତ ଅସୁବିଧା ଉପୁଜିଲେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବାସହ ମହାବିଦ୍ୟାଳୟ ଗୁଡିକରେ ଏକ ହେଲପଲାଇନ ନମ୍ବର ରଖାଗଲେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗ୍ୟାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ କୁମାର ମେହେର ,ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶ ଓ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପ୍ରମୁଖ ଯୋଗଦେବାସହ ଜିଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

Comments are closed.