ବୌଦ୍ଧ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ପାସହାର ୮୯.୫୧ ପ୍ରତିଶତ: ୨୧ ଜଣ ଛାତ୍ର ଛାତ୍ରୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଅନୁଷ୍କା ଅଗ୍ରୱାଲ ଜିଲା ଟପ୍ପର

ବୌଦ୍ଧ: କରୋନା ମହାମାରୀ ଯୋଗୁଁ ଗତବର୍ଷ ଅନଲାଇନରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ କଟକଣା ହଟିବା ପରେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀମାନେ ଅଫଲାଇନରେ ଦେଇଥିଲେ। ଚଳିତବର୍ଷ ବୌଦ୍ଧ ଜିଲାରେ ୭୫ଟି ବିଦ୍ୟାଳୟରେ ୭୯୭୯ ଛାତ୍ର ଛାତ୍ରୀ ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ୭୨୦୭ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ ବୌଦ୍ଧ ଜିଲାରେ ସମୁଦାୟ ୭୧୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୩୨୦୬ ଓ ଛାତ୍ରୀଙ୍କ ସଂଖ୍ୟା ୩୯୦୬ ରହିଛି। ଜିଲାରେ ମୋଟ ପାଶ ହାର ୮୯.୫୧ ପ୍ରତିଶତ ରହିଛି। ସୂଚନା ମୁତାବକ ଚଳିତବର୍ଷ ଜିଲାରେ ଏ୧ ରେ ୨୧ ଜଣ, ଏ୨ ରେ ୩୩୩ ଜଣ, ବି୧ ରେ ୧୨୩୮, ବି୨ରେ ୨୧୦୯, ସିରେ ୨୦୫୭, ଡିରେ ୧୧୩୩, ଇରେ ୨୫୧ ଓ ଏଫରେ ୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରେ ହରଭଙ୍ଗା ବ୍ଳକର ତିଲେଶ୍ୱର ଲାଲବାହାଦୁର ବିଦ୍ୟାପୀଠର ଛାତ୍ରୀ ପୁରୁଣାକଟକ ବାସିନ୍ଦା ଅନୁଷ୍କା ଅଗ୍ରୱାଲା ୫୮୭ ମାର୍କ ( ୯୭.୮୩ ପ୍ରତିଶତ ) ରଖି ଜିଲା ଟପ୍ପର ହୋଇଛନ୍ତି।

 

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ମନଜିତ ମହାନ୍ତି ୫୭୯, ସ୍ୱାତୀମୟୀ ଗିରି ୫୬୯, ଆଶାରାଣୀ ପରିଡା ୫୫୨,ବିଶ୍ୱବର ଦେହୁରୀ ୫୪୮,ଦେବଭୂତି ନନ୍ଦନ ବିଶି ୫୪୧, ଦେବାଶିଷ ବାଦୀ ୫୫୪,ହିତିପ୍ରକାଶ ମେହେର ୫୫୮,ଶୃତିପ୍ରଜ୍ଞା ଭୋଇ ୫୫୦, ତିଲେଶ୍ୱର ଲାଲବାହାଦୁର ବିଦ୍ୟାପୀଠର ପ୍ରୟାସ ପଣ୍ଡା ୫୫୭, ବୌଦ୍ଧ ଯୋଗୀନ୍ଦ୍ର ଦେବ ହାଇସ୍କୁଲର ଛାତ୍ର ଗଣେଷ ସାହୁ ୫୪୫, ବାଉଁଶୁଣୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ୱାଭିମାନ ମିଶ୍ର ୫୪୮, ସମୀର ପ୍ରଧାନ ୫୬୧, କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ୱରୀ ହାଇସ୍କୁଲ ଛାତ୍ରୀ ସ୍ୱାଗତିକା ରାଜହଂସ ୫୪୧, ନୂଆପାଲି ହାଇସ୍କୁଲର ଛାତ୍ର ସମୀର ପୁଟେଲ ୫୪୧, ଦଧିବାବନ ହାଇସ୍କୁଲ ରୁଣ୍ଡିମହୁଲର ଛାତ୍ର ମାନସ ମିର୍ଦ୍ଧା ୫୪୮, ଦେବାଶିଷ ସାହୁ ୫୪୨, ଗୁଡଭେଲିପଦର ହାଇସ୍କୁଲର ଛାତ୍ରୀ ଅମିତା ରଥ ୫୪୪ ନମ୍ବର ରଖଥିବା ଜଣାଯାଇଛି।

Comments are closed.