ଦୁଇ ବାଇକ ମଧ୍ୟରେ ଧକ୍କା, ୫ ଗୁରୁତର

ବୌଦ୍ଧ: ବୌଦ୍ଧଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକର ସାନବଙ୍କାପଡା ଗ୍ରାମ ନିକଟରେ ବାଇକ ପଛରେ ବାଇକ ଧକ୍କା ହେବା ଫଳରେ ଉଭୟ ବାଇକରେ ବସିଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ କରଡି ଗ୍ରାମର ଦିନେଶ ପ୍ରଧାନ (୫୦) ତାଙ୍କ ପୁଅ ନାରାୟଣ ପ୍ରଧାନ (୧୮) ଓ ଅନ୍ୟ ଏକ ବାଇକରେ ସୁଧାଂଶୁ ଶେଖର ଦେହୁରୀ (୪୫) ଓ ତାଙ୍କର ଦୁଇପୁଅ ଅମୃତ ପ୍ରସାଦ ଦେହୁରୀ(୧୨) ଏବଂ ଓମ ପ୍ରକାଶ ଦେହୁରୀ (୭) ବାଇକରେ ବୌଦ୍ଧ ସହରକୁ ଅବତାର ଓ ମୀନାବଜାର ଦେଖି ବାଇକରେ ଆଗପଛ ହୋଇ ନିଜ ଘରକୁ ଫେରୁଥିବା ସମୟରେ ସାନବଙ୍କାପଡା ଗ୍ରାମ ନିକଟରେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ପିସିଆର ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲ। ସେଠାରେ ଦିନେଶ, ଅମୃତ ଓ ଓମ ପ୍ରକାଶର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ ପାଇଁ ଡାକ୍ତର ପରାମର୍ଶ କରିଥିବା ଜଣାପଡିଛି।

Comments are closed.