ଆକ୍ସନ-ଏଡ଼ ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

ବୌଦ୍ଧ: କୋଭିଡ ଲାଗି ଜରୁରୀ ଉପକରଣ ମହଜୁଦ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଭୁବନେଶ୍ୱର ସ୍ଥିତ ଆକ୍ସନ-ଏଡ଼ ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ୪ଟି ଅମ୍ଳଜାନ କନସେନଟ୍ରେଟର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କାର୍ଯ୍ୟାଳୟରେ ଆକ୍ସନ-ଏଡ଼ର ପ୍ରୋଗ୍ରାମ ମ୍ୟାନେଜର ଘସିରାମ ପଣ୍ଡା ଏହି ଅମ୍ଳଜାନ କନସେନଟ୍ରେଟର ପ୍ରଦାନ କରିଥିଲେ। ଏହି ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷପତି ଭୋଇ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଆକ୍ସନ-ଏଡ଼ର ଜିଲ୍ଲା ସଂଯୋଜିକ ପ୍ରତିଜ୍ଞା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.