ମାମୁ ଘରେ କୁଅରେ ପଡି ଭଣଜା ମୃତ

ବୌଦ୍ଧ:ବୌଦ୍ଧ ବ୍ଲକ୍ ଦାମୋଦରପୁର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ମାମୁ ଘରେ କୁଅରେ ପଡି ଭଣଜାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାମୁଁ ଘରେ ଖେଳୁଥିବା ସମୟରେ କୂଅରେ ପଡି ଭଣଜାର ମୃତ୍ୟୁ ହୋଇଛି। ମୃତକ ଭଣଜା ହେଲେ ହରଭଙ୍ଗା ବ୍ଲକ୍ ଖଣ୍ଡହତା ଗ୍ରାମର ୬ ବର୍ଷର ଶିଶୁ ରୋହନ ସାଣ୍ଢ।
ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଖଣ୍ଡହତା ଗ୍ରାମର ରୋହନ ସାଣ୍ଢ ତାଙ୍କ ମା’ଙ୍କ ସହିତ ନିଜ ମାମୁ ଘର ବୌଦ୍ଧ ଜିଲା ସଦର ବ୍ଲକ ଦାମୋଦରପୁର ଗ୍ରାମକୁ ବୁଲିବାକୁ ଯାଇଥିଲେ। ସେଠାରେ ଶିଶୁଟି ମାମୁ ଘର ବାହାରେ ଛୋଟ ପିଲାମାନଙ୍କ ସହିତ ଖେଳୁଥିଲା। ଖେଳୁଥିବା ସମୟରେ ସେଠାରେ ଥିବା କୁଅରେ ହଠାତ୍ ଶିଶୁଟି ପଡି ଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସାହାଯ୍ୟରେ ଶିଶୁ ଟିକୁ କୁଅରୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଚିିକତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ମା’ ଗୁରୁତର ହୋଇଥିବାରୁ ତାଙ୍କୁ ମଧ୍ୟ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି।

Comments are closed.