ବାଲ୍ୟବିବାହ ନିଷେଧ ପାଇଁ ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ : ବୌଦ୍ଧ ଜିଲାର ୪୮୮ ଗ୍ରାମ ଓ ଏନଏସିର ୧୭ ୱାର୍ଡକୁ ଗତ ଗୁରୁବାର ଜିଲାପାଳ ବାଲ୍ୟ ବିବାହମୁକ୍ତ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟ ବିବାହ ନିଷେଧ ପାଇଁ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରୀ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଳକର ବାଲ୍ୟ ବିବାହ ପ୍ରବଣ ଅଞ୍ଚଳ ଗସ୍ତ କରି ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ରଥ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ସଚେତନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.