ବୌଦ୍ଧରୁ ୧୪୦ କିଲୋ ଗଞ୍ଜେଇ ଜବତ, କାର ସହ ଦୁଇ ଗିରଫ

ବୋୖଦ୍ଧ: ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁରକୁ ଚାଲାଣ ବେଳେ ଏକ କାର ସମେତ ୧୪୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିବାରେ ବୌଦ୍ଧ ପୋଲିସ ସଫଳ ହୋଇଛି। ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଟଲିପଡା ଗ୍ରାମରୁ ସୁବର୍ଣ୍ଣପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଥାନା ପକ୍ଷରୁ ଏକ ଟିମ ଗୋଛପଡା ନିକଟରେ ଜଗି ରହିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଆସୁଥିବା ଏକ ମାରୁତି କାରକୁ ଅଟକାଇ ଯାଞ୍ଚ କରାଯିବା ପରେ ୬ଗୋଟି ବସ୍ତାରେ ଭର୍ତ୍ତି ହୋଇଥିବା ୧୪୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯିବା ସହ କାରକୁ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାରେ ବୌଦ୍ଧ ଜିଲ୍ଲା ଶଗଡା ଗ୍ରାମର ସତ୍ୟବାନ ଛତ୍ର ଓ ମନମୁଣ୍ଡାର ଆକ୍ରମ ଖାଁ କୁ ଗିରଫ କରାଯିବା ସହ ସମ୍ପୃକ୍ତା କାର ଓଡ଼ି ୦୨ଏଟି ୦୪୩୦ କୁ ଜବତ କରାଯାଇଛି। ଏକଜୁଟିଭ ମାଜିଷ୍ଟ୍ରେଟ ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଓଜନ କରାଯାଇଥିଲା। ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.