ହରଭଙ୍ଗା ବ୍ଳକରେ କାଳ ବୈଶାଖି, ବ୍ୟାପକ କ୍ଷୟକ୍ଷତି

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ଶନିବାର ଅପରାହ୍ନରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ବ୍ଳକର ରାଧାନଗର , ସାମ୍ପୋଚ ଓ ବୀରନରସିଂହପୁର,ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତରେ ଶନିବାର ଦିନ ଅପରାହ୍ନରେ ବ୍ୟାପକ ପବନ ହେବା ସହ ଝଡ ତୋଫାନ ହୋଇଥିଲା। ଫଳରେ ଉକ୍ତ ପଞ୍ଚାୟତରେ ଲୋକଙ୍କ ଘର ଭାଙ୍ଗିବା ସହ ଗଛ ଗୁଡିକ ଭାଙ୍ଗି ନଷ୍ଟ ହୋଇପଡିଛି। ରାଧାନଗର ପଞ୍ଚାୟତର ଗାନ୍ଧୀନଗର ଗ୍ରାମରେ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି। ଲୋକଙ୍କ ଚାଳ ପଛର ଘର ସହ ଆଜବେଷ୍ଟସ ଘର ଗୁଡିକ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ବଡ ବଡ ଗଛ ଗୁଡିକ ଉପୁଡି ପଡି ଭାଙ୍ଗି ଯାଇଛି। ଝଡ ତୋଫାନ ଯୋଗୁଁ ବ୍ଲକରେ ବିଦ୍ୟୁତ ସରୋବରାହା ବ୍ୟାଘତ ହୋଇଛି। ଏହା ସହ ଲୋକଙ୍କ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। କାଳବୈଶାଖୀରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି।

Comments are closed.