ବିଦ୍ୟୁତ୍ କାଟ ପ୍ରତିବାଦରେ ବଢ଼ିଗାଁବାସୀଙ୍କ ରାସ୍ତାରୋକ

ବୌଦ୍ଧ: ବଢ଼ିଗାଁ ଗ୍ରାମରେ ଗତ ୧୦ ଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଏହାକୁ ନେଇ ଉପଭୋକ୍ତାମାନେ ବାରମ୍ବାର ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ବି ସମସ୍ୟାରେ କିଛି ପରିବର୍ତ୍ତନ ହୋଇନଥିଲା। ଫଳରେ ଆଜି ସକାଳୁ ଶତାଧିକ ବିଦ୍ୟୁତ ଉପଭୋକ୍ତା ବୌଦ୍ଧ-ବଘିଆପଡା ପୂର୍ତ୍ତ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ସ୍ଥାନୀୟ ଲାଇନ ମ୍ୟାନ ଘଟଣାସ୍ଥଳରେ ପହଞ୍ଚି ଉପଭୋକ୍ତାମାନଙ୍କୁ ବୁଝାଶୁଝା କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ପରେ ଉତ୍ୟକ୍ତ ଲୋକେ ଦୁଇଜଣ ଲାଇନ୍ ମ୍ୟାନକୁ ଅଟକ ରଖିଥିଲେ। ତେବେ ଉଭୟ ଦୁଇଜଣ ବିଦ୍ୟୁତ କର୍ମଚାରୀ ବାରମ୍ବାର ନିର୍ବାହି ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ବି ସମ୍ବାଦଟି ଲେଖା ହେଙ୍କା ବେଳକୁ କୌଣସି ବିଦ୍ୟୁତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Comments are closed.