ଅବକାରୀ ବିଭାଗ ଦ୍ୱାରା ୧୦୨ କିଲୋ ଗଂଜେଇ ଜବତ 

ବୌଦ୍ଧ  : ବୌଦ୍ଧ ଜିଲାରେ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇଛି। ଜିଲାରେ ପ୍ରତିଦିନ ଗଂଜେଇ ଚାଲାଣ ମାମଲାରେ ଅଭିଯୁକ୍ତମାନେ ପୁଲିସ ଓ ଅବକାରୀ ହାତରେ ଧରାପଡୁଛନ୍ତି। ତଥାପି ଜିଲାରୁ ଗଂଜେଇ ଚାଲାଣ ବନ୍ଦ ହୋଇପାରୁନାହିିଁ। ଗତ ବୁଧବାର ଦିନ ବୌଦ୍ଧ ପୁଲିସ ପକ୍ଷରୁ ବଘିଆପଡା ଜଙ୍ଗଲ ମଧ୍ୟରୁ ୭ କ୍ୟୁଣ୍ଟାଲ ଗଂଜେଇ ଜବତ କରି ଜଣକୁ କୋର୍ଟ ଚାଲାଣ ଓ କଟାଂମାଳ ପୁଲିସ ପକ୍ଷରୁ ସୋମବାର ଗଂଜେଇ ଚାଲାଣ ନେଇ ୪ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଗୋଛାପଡା ଜଙ୍ଗଲ ଏରିଆରୁ ୧୦୨ କେଜି ଗଂଜେଇ ଜବତ କରିଛନ୍ତି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜ କରି ଥିବା ବେଳେ ଗଂଜେଇ କାହାର ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ଏହି ଚଢାଉରେ ଅବକାରୀ ଇନିସିପେକଟର ସ୍ପନ୍ଦନ ମହାନ୍ତୀ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Comments are closed.