ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କୁ ପ୍ରଥମ ଶ୍ରାଦ୍ଧବାଷିର୍କୀରେ ଶ୍ରଦ୍ଧାଂଜଳୀ

ବୌଦ୍ଧ: ବୌଦ୍ଧମାଟିର ସନ୍ତାନ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମାରୁତୀ ସେନା ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି। ମାରୁତୀ ସେନା ପକ୍ଷରୁ ବୌଦ୍ଧବ୍ଲକ ମୁରୁଷୁଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ଗୋପାଲଜୀ ମଠରେ ଏକ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଶୀଳ କୁମାର ପାତ୍ର,କେଶବ ହରି ଦୀପ,ସୁବାଶ ଚନ୍ଦ୍ର ସାହୁ,ଜ୍ଞାନେନ୍ଦ୍ର ଜେନା,ନିଳାଦ୍ରି ଭୂଷଣ ନାୟକ,ଆଦିତ୍ୟ ପ୍ରଧାନ,ଆଶିଷ ଠାକୁର ପ୍ରମୁଖ ପରିଚାଳନା କରିଥିଲେ।

Comments are closed.