ସଂସ୍କୃତ ଶିକ୍ଷକ ମହାସଂଘ ବୈଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଟୁଟୁସିଙ୍ଗାସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବରେ ଲୋକ ସେବା ପ୍ରଚାର ସମିତିର ଅଧ୍ୟକ୍ଷ ଶିବଦତ୍ତ ପଟ୍ଟନାୟକ ଯୋଗ ଦେଇଥିଲେ। ସଂସ୍କୃତକୁ ରାଷ୍ଟ୍ର ଭାଷାର ମାନ୍ୟତା ଦେବା ସହ ସଂସ୍କୃତକୁ ମାତୃଭାଷା ଭାବେ ଗ୍ରହଣ କରି ପିଲାଙ୍କୁ ସଂସ୍କୃତ ଭାଷା ପ୍ରତି ଆଗ୍ରହ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ମହା ସଂଘର ସଭାପତି ତ୍ରିନାଥ ରାଉଳ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଅବସରରେ ଅବସରପ୍ରାପ୍ତ ବଢିଗାଁ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନବୀନ କୁମାର୍ ଶତପଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ନୂତନ ଭାବରେ ଯୋଗ ଦେଇଥିବା ସଂସ୍କୃତ ଶିକ୍ଷକମାନଙ୍କୁ ସ୍ବାଗତ କରାଯାଇଥିଲା। ଶେଷରେ ଚାରି ଛକ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଜିତେନ୍ଦ୍ର ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.