ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ପାଳିତ

ବୌଦ୍ଧ: ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ଓ ଜିଲା ଜଙ୍ଗଲ ବିଭାଗ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ବୃକ୍ଷ ରୋପଣ କରାଯାଇଛି। ଅତିଥି ଭାବରେ ଜିଲା ଦୌରାଜଜ ତଥା ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା, ରେଜିଷ୍ଟାର ପ୍ରିତୀଶ କୁମାର ରାଉତରାୟ,ବରିଷ୍ଠ ଦେବାନୀ ବିଚାରପତି ଦୁର୍ବାଶା ଦୁର୍ଗା,ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ,ଏସଡିଜେଏମ ସୁମିତ୍ରା ସାହୁ,ଜେଏମଏଫସି ସୁନୀତା ବିଶ୍ୱାଳ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ଉପକାରାଗାର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ କାରାଗାରର ଅଧିକ୍ଷକ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

Comments are closed.