ଜନ୍ମଦିନରେ ରକ୍ତଦାନ କଲେ ବୌଦ୍ଧ ଜିଲାପାଳ

ବୌଦ୍ଧ: ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଆଜି ରକ୍ତଦାନ କରି ନିଜର ଜନ୍ମଦିନ ପାଳନ କରିଛନ୍ତି। ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ଭାବରେ ଜିଲାରେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିବା ଶ୍ରୀ ମିଶ୍ର ପ୍ରତି ଚାରିମାସରେ ନିୟମିତ ରକ୍ତଦାନ କରିବା ସହିତ ଏହି ମହତ ସେବା ଦିଗରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଆଜି ସକାଳୁ ବୌଦ୍ଧ ରେଡକ୍ରସ ରକ୍ତ ଭଣ୍ଡାରରେ ପହଞ୍ଚି ଶ୍ରୀମିଶ୍ର ରକ୍ତଦାନ କରିବା ସହିତ ରକ୍ତ ଭଣ୍ଡାରର ବିଭିନ୍ନ ସମସ୍ୟା ନେଇ କର୍ମଚାରୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ମଧ୍ୟ ରକ୍ତଦାନ କରିଥିବା ବେଳେ ରକ୍ତଭଣ୍ଡାର ଅଧିକାରୀ ଡା. ମଳୟ କୁମାର ସାହୁ, କର୍ମଚାରୀ ଚତୁର୍ଭୁଜ ବାରିକ ଓ ଦିଲ୍ଲିପ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.