ବୌଦ୍ଧ ରେଂଜରେ ବନମହୋତ୍ସବ ପାଳିତ

ବୌଦ୍ଧ: ବୌଦ୍ଧ ରେଂଜ ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ରେଂଜ ଅଧିକାରୀ ପ୍ରଦିପ କୁମାର ବେହେରା ଯୋଗଦେଇ ବୃକ୍ଷରୋପଣ କରିବା ସହିତ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀ ଓ ବନ ସୁରକ୍ଷା ସମିତି ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବଘିଆପଡା ବନପାଳ ଏମ.ପି.ରାଓ,ବେରେଡାବାରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ବନରକ୍ଷୀ ଶରତ ନାଏକ, ରମାକାନ୍ତ ପାଣିଗ୍ରାହୀ, ଜ୍ୟୋତି ବାରିକ ଓ ସ୍ଥାନୀୟ ଗ୍ରାମବାସୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।

Comments are closed.