ଗଣପର୍ବ ଶ୍ରୀରାମଳୀଳା ଯାତ୍ରା ଅବସରରେ ୨୭ ତାରିଖରେ ବୌଦ୍ଧ ଜିଲା ପାଇଁ ସରକାରୀ ଛୁଟି

ବୌଦ୍ଧ: ବୌଦ୍ଧଗଡ ଜାତର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମ ଲୀଳା ଯାତ୍ରା ପାଇଁ ୨୭ ତାରିଖ ଗୋଟିଏ ଦିନ ସରକାରୀ ଭାବରେ ବୌଦ୍ଧଜିଲ୍ଲାକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅନୁଯାଇ ଦକ୍ଷିଣାଚଂଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ପକ୍ଷରୁ ବୌଦ୍ଧ ରାମଳୀଲା ପାଇଁ ଏପ୍ରିଲ ୨୭ ତାରିଖ ଛୁଟି ଘୋଷଣା କରାଯାଇଛି। ଏହି ଦିନକୁ ଛୁଟି ଘୋଷଣା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ଅନୁରୋଧ ଅନୁଯାୟୀ ସରକାର ୨୭ ତାରିଖକୁ ଛୁଟି ଘୋଷଣା କରିଥିବା ଜଣାପଡିଛି।

Comments are closed.