ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରା ଉଦଯାପିତ

ବୌଦ୍ଧ: ବୌଦ୍ଧଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀମଣ୍ଡପ ଠାରେ ଦୀର୍ଘ ୧୮ ଦିନ ଧରି ଚାଲି ଆସୁଥିବା ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନ୍ତିମ ଦିନରେ ରାବଣ ବଧ ନାଟକ ପରିବେଷଣ ହୋଇଥିଲା। ଏହି ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ଭାବରେ ପର୍ଯ୍ୟାୟକ୍ରମେ ରାମଜନ୍ମ ଠାରୁ ରାବଣ ବଧ ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯାଇଥିଲା। ଯାହାକୁ ଦେଖିପାଇଁ ପ୍ରତ୍ୟେହ ହଜାର ହଜାର ଦର୍ଶକ ସହରର ମାରୁତୀ ମଣ୍ଡପକୁ ଆସିୁଥିଲେ।

ଦୀର୍ଘ ୧୮ ଦିନ ଧରି ଅନୁଷ୍ଠାନର ଛୋଟବଡ କଳାକାରମାନେ ଅତ୍ୟନ୍ତ କାଷ୍ଠା ଓ ନିଷ୍ଠାର ସହ ରହି ପ୍ରତ୍ୟେକ ମଣିଷକୁ ଆଧ୍ୟାତ୍ମିକ ମାର୍ଗଦର୍ଶନ କରାଇଥାନ୍ତି। ଅନ୍ତିମ ଦିନ ରାବଣ ବଧ ଯାତ୍ରାକୁ ଖୁବ ଯାକ ଯମକରେ ପାଳନ କରାଯାଇଥିଲା। ରାମ ରାବଣଙ୍କ ଅନ୍ତିମ ସମର ଶୋଭାଯାତ୍ରାକୁ ନେଇ ରାତି ତମାମ ସହର ଉତ୍ସବ ମୁଖର ହୋଇ ଉଠିଥିଲା। ଜିଲ୍ଲାର ବିଭିନ୍ନ ପଂଚାୟତରୁ ତେଲିବନ୍ଧ, କାଶଲପୁର, ଧୁଡୁରବାହାଲ, ପୋଲାମ, ଗୋବିନ୍ଦପୁର,ସରସରା, ବାମଣ୍ଡା, ବିରିଗଡ,କେଳାକଟା ଅଞ୍ଚଳରୁ ନଅ ଗୋଟି ସୁସଜ୍ଜିତ ରାବଣରଥ ବିରାଟ ପଟୁଆରରେ ଆସି ବୁଟୁପାଲି ଠାରେ ଥିବା ହାଇସ୍କୁଲ ପଡିଆରେ ଏକତ୍ରୀତ ହୋଇଥିଲେ। ସେଠାରୁ ବୈାଦ୍ଧର ମୁଖ୍ୟ ରାବଣ ରଥ ସହ ଏକତ୍ରିତ ହୋଇ ସମର ଶୋଭାଯାତ୍ରାରେ ବାହାରିଥିଲେ। ସେଠାରୁ ସମସ୍ତ ରାବଣ ରଥ ଏକତ୍ରୀତ ହୋଇ ଯୁଦ୍ଧ ବାଦ୍ୟ ଓ ବିଭିନ୍ନ ସୁଆଙ୍ଗ ନୃତ୍ୟ ସହ ଯୁଦ୍ଧ ଯାତ୍ରା ଆରମ୍ଭ କରିଥିଲେ। ସମସ୍ତ ରାବଣରଥ ଗୁଡିକ ହାତୀଶାଳ ଛକଦେଇ ଜିଲ୍ଲା ଷ୍ଟାଡିୟମଠାରେ ପହଞ୍ଚି ଥିଲେ। ସେହି ପରି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରଥ ସହ ବାନର ସେନା ସହିତ ଐତିହାସିକ ରାମେଶ୍ୱର ମନ୍ଦିରଠାରୁ ବାହାରି ପୁରୁଣାବ୍ଲକ ଛକ, ଡେଲିମାର୍କେଟ, ପୋଡାପୋଡା, ମୁଖ୍ୟ ଡାକଘର ଛକ ଦେଇ ଜିଲ୍ଲା ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ସେଠାରେ ମୁକ୍ତ ଆକାଶ ରଙ୍ଗମଞ୍ଚରେ ପ୍ରଭୂ ଶ୍ରୀରାମ ଓ ବାନର ସେନା ସହିତ ଦଶଗୋଟି ରାବଣ ମଧ୍ୟରେ ପ୍ରଥମ ସମର ଅନୁଷ୍ଠିତ ହୋଇଥିଲା। ତାହା ସାଙ୍ଗକୁ ସେଠାରେ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମ ସାଙ୍ଗକୁ ଅନୁଗୁଳର ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଉଭୟ ରଥ ସହରର ଅଲଗା ଅଲଗା ରାସ୍ତାଦେଇ ବାଘଗୁଡା ଛକ ଠାରେ ପହଞ୍ଚି ଥିଲା। ସେଠାରେ ଉଭୟ ସେନା ମଧ୍ୟରେ ଦ୍ୱିତୀୟ ମହାସମର ସହିତ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ରାମଚନ୍ଦ୍ରଙ୍କ ରଥ ମେଡିକାଲ ରାସ୍ତା ଦେଇ ଓ ରାବଣ ରଥ ଗାନ୍ଧୀଛକ,ଭେରବୀଛକ ଓ ଡେଲିମାର୍କେଟ ଦେଇ ଯାତ୍ରା ପଡିଆରେ ପହଂଚିଥିଲେ।

ସେଠାରେ ସମସ୍ତ ରାବଣ ସହିତ ପ୍ରଭୂ ଶ୍ରୀରାମଙ୍କ ଘମାଘୋଟ ଯୁଦ୍ଧ ହୋଇଥିଲା। ଯାତ୍ରାପଡିଆରେ ରାମ ରାବଣଙ୍କ ମଧ୍ୟରେ ମହାସମର ସହ ବିଭିନ୍ନ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ବାଣ ଫୁଟିଥିଲା। ପରେ ଯାତ୍ରାର ମୁଖ୍ୟ ମଞ୍ଚରେ ରାବଣ ବଧ ନାଟକ ପରିବେଷଣ ହୋଇଥିଲା। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ବ୍ରହ୍ମାସ୍ତ୍ର ଦ୍ୱାରା ଅଗ୍ନି ସଂଯୋଗ ପରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦଶ ମୁଣ୍ଡିଆ ରାବଣର ପ୍ରତିକୃତୀ ବିରାଟ ଶବ୍ଦ କରି ଜଳି ଯାଇଥିôଲା। ଯାତ୍ରା ପଡିଆ ଠାରେ ରାମଲୀଳା ନାଟ୍ୟ ସଂସଦର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ଲୋକପ୍ରିୟ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିଲେ। ଅନୁଷ୍ଠାନର ସଂପାଦକ ମନୋଜ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସମର ଶୋଭାଯାତ୍ରାରେ ବଲାଙ୍ଗିର ଓ ବରଗଡର ଘଣ୍ଟବାଦ୍ୟ ଦୁଲଦୁଲି, ଗଂଜାମର ବାଘନୃତ୍ୟ,ଦଶବତାର, ଅନୁଗୁଳର ଭାଙ୍ଗଡା, ବୌଦ୍ଧଜିଲ୍ଲାର ଦୁଲଦୁଲି, ଦଣ୍ଡନୃତ୍ୟ,ପତରସଉରା, ବିଭିନ୍ନ ଅଂଚଳର ନାମସଂକିର୍ତନ ମଣ୍ଡଳି ଯୋଗଦେଇଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଥିଲା। ଏହି ଯୁଦ୍ଧକୁ ଦେଖିବାକୁ ଜିଲା ଓ ଜିଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ସମ୍ବିଳିତ ହୋଇଥିଲେ। ବୁଧବାର ହେବ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଉତ୍ସବ।

Comments are closed.