କାର ସହ ଗଂଜେଇ ଜବତ, ଦୁଇ ଗିରଫ

ବୌଦ୍ଧ: ବୁଧବାର ପ୍ରତ୍ୟୁଷରେ ବାଉଁଶୁଣୀ ପୋଲିସ ଗଂଜେଇ ସହ ଏକ କାରକୁ ଜବତ କରିବା ସହିତ ଦୁଇଜଣକୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ ବାଉଁଶୁଣୀ ଗୁନ୍ଦୁଳିଆ ରାସ୍ତାରେ ଏକ ଇଣ୍ଡିଗୋ କାରରେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଗୋଛାପଡା ପଞ୍ଚାୟତ ଟାଲୁପାଲୀ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। କାର ଭିତରୁ ୩୬ କିଲୋ ୫୦୦ ଗ୍ରାମ ଗଂଜେଇ ଉଦ୍ଧାର କରାଯିବା ସହିତ କାର ସମେତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଉଭୟ ଅଭିଯୁକ୍ତ କଟକ ଚାଉଳିଆଗଂଜ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳର ମୁନା ସିଂହ(୪୫) ଓ ପବନ ପ୍ରଧାନ(୫୪) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ କାର ଆଗରେ ଗଂଜେଇ ଚାଲାଣରେ ସଂପୃକ୍ତ ଆଉଜଣେ ଯୁବକ ବାଇକରେ ଯାଉଥିବା ବେଳେ ସେ ସଂପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏନେଇ ବାଉଁଶୁଣୀ ଥାନା କେସ ନମ୍ବର ୧୦୮/୨୧ରେ ମାମଲା ରୁଜୁ ହୋଇଥିବାବେଳେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।

Comments are closed.