ଗାଁ ମୁହାଁ ଜଙ୍ଗଲି ହାତୀ, ନଷ୍ଟ କଲେ ଧାନ ଫସଲ

ବୌଦ୍ଧ: ବୌଦ୍ଧ ଜିଲାରେ ପ୍ରବଳ ଗରମ ସାଙ୍ଗକୁ ଜଙ୍ଗଲ ପୋଡୁଥିବା ଓ ଜିଲାରେ ବର୍ତ୍ତମାନ ଗଂଜେଇ ଚାଷ ପାଇଁ ଜଙ୍ଗଲ ନଷ୍ଟ ହେଉଥିôବା ବେଳେ ଜଙ୍ଗଲର ପଶୁ ଏବେ ଗାଁ ମୁହାଁ ହେଉଛନ୍ତି। ଜିଲାରେ ବ୍ୟାପକ ମାତ୍ରାରେ ଜଙ୍ଗଲ ନଷ୍ଟ ହେଉଥିବାବେଳେ ଜୀବଜନ୍ତୁଙ୍କ ଖାଦ୍ୟ ପାନୀୟ ବହୁ ଅସୁବିଧା ହେଉଥିବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ରାତିରେ ଜିଲାର ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ କିଛି ଜଙ୍ଗଲି ହାତୀ ଗାଁର ଧାନ ଫସଲ ଓ କିଛି କଦଳୀ ଚାଷ ନଷ୍ଟ କରିଥିବା ଜଣାପଡ଼ିଛି। ବୀରନରସିଂହପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ସମ୍ମୁଖରେ ଗ୍ରାମର ଅର୍ଜୁନ ପ୍ରଧାନ ଡାଳୁଅ ଧାନ ଫସଲ କରିଛନ୍ତି। ବତ୍ତର୍ମାନ ଧାନ ଫସଲ ଅମଳକ୍ଷମ ହେବାକୁ ବସିଥିବାବେଳେ ହାତୀ ଧାନ ବିଲରେ ପଶି ଧାନ ଖାଇବା ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।

ସେହିପରି ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ କଦଳୀ ଚାଷ ମଧ୍ୟ ହାତୀମାନେ ନଷ୍ଟ କରିଥିବା ଜଣାପଡ଼ିଛି। ପରେ ସ୍ଥାନୀୟ ଲୋକ ୨ ଗୋଟି ବଡ ହାତୀ ଓ ଗୋଟିଏ ଛୋଟ ହାତୀକୁ ଘଉଡାଇବା ଯୋଗୁଁ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି। ତୁରନ୍ତ ବନବିଭାଗ ପକ୍ଷରୁ ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ ହେଉଛି।

Comments are closed.