ଚାଞ୍ଚେର ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ: ବୌଦ୍ଧ ବ୍ଲକ ଶଗଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ଚାଞ୍ଚେର ଗ୍ରାମରେ ମୋବାଇଲ ନେଟୱାର୍କ ନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ,ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଇଂ ରାକେଶ ତ୍ରିପାଠୀ ଲୋକଙ୍କ ପାଖରେ ପହଞ୍ଚି ଅସୁବିଧା କଥା ବୁଝିଥିଲେ ରାସ୍ତାଘାଟ ଅସୁବିଧା ସହିତ ମୋବାଇଲ ନେଟୱର୍କ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକେ ଅଭିଯୋଗ କରିଥିଲେ। ସେତେବେଳେ ଇଂ ଶ୍ରୀତ୍ରିପାଠୀ ମୋବାଇଲ ଟାୱାର ନିର୍ମାଣର ପ୍ରତିଶୃତି ଦେଇଥିଲେ। ତାଙ୍କରି ଉଦ୍ୟମରେ ସୋମବାର ଜିଓ ମୋବାଇଲର ଏକ ଟିମ ଶଗଡା ପଞ୍ଚାୟତର ଚାଞ୍ଚେର ଗ୍ରାମରେ ପହଞ୍ଚି ଶଗଡା ରାଜସ୍ୱ ନିରୀକ୍ଷକଙ୍କ ସହଯୋଗରେ ସ୍ଥାନ ନିରୂପଣ କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ କି ମାଓ ଅଧ୍ୟୁଷିତ ଓ ଅପହଞ୍ଚ ଇଲାକାରେ ସରକାରୀ ଜମିରେ ମୋବାଇଲ ଟାୱାର ନିର୍ମାଣର ନିୟମ ରହିଛି।ଏଠାରେ ଟାୱାର ସ୍ଥାପନ ହେଲେ ଚାଞ୍ଚେର, ବାରକୁଥୁଲି ଓ ଅନ୍ୟାନ୍ୟ ଗ୍ରାମର ଲୋକେ ମୋବାଇଲ ନେଟୱାର୍କର ସୁବିଧା ପାଇ ପାରିବେ ତେଣୁ ଟାୱାର ସ୍ଥାପନ ଉଦ୍ୟମ ଆରମ୍ଭ ଯୋଗୁଁ ସେହି ଅଞ୍ଚଳର ଜନସାଧାରଣ ମାନେ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.