ଗାଁ ମୁହାଁ ହାତୀ ପଲ, ଭୟରେ ଅଞ୍ଚଳବାସୀ

ବୌଦ୍ଧ: ଦିନକୁଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଥିବା ବେଳେ ବନ୍ୟଜନ୍ତୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେବାରେ ଲାଗିଛନ୍ତି୧ ଗତ ମଙ୍ଗଳବାର ଦିନ ଏକ ହାତୀ ପଲ ବୌଦ୍ଧ ରେଂଜ ଅନ୍ତର୍ଗତ ବଘିଆପଡା ଠାରୁ ମାତ୍ର ୪ କିଲୋମିଟର ରେଙ୍ଗାଲି ଗ୍ରାମ ନିକଟରେ ଦେଖିବାକୁ ମିଳିବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତବାରଣ ସୃଷ୍ଟି ହୋଇଥିଲା। ତେବେ ହାତୀପଲ ଗ୍ରାମ ନିକଟବର୍ତ୍ତି ହୋଇଥିବା ସୂଚନା ପାଇଁ ବୌଦ୍ଧ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀପଲଙ୍କୁ ଘଉଡାଇ ଜଙ୍ଗଲ ଭିତରକୁ ପଠାଇ ଦେଇଥିଲେ। ଏହି ହାତୀ ପଲରେ ୧୮ ଗୋଟି ହାତୀ ଥିବା ସ୍ଥାନୀୟ ଗ୍ରାମବାସୀମାନେ ପ୍ରକାଶ କରିଥିବାବେଳେ ସେମାନେ କୌଣସି ପ୍ରକାର କ୍ଷତି ଘଟାଇ ନଥିବା ଜଣାପଡିଛି।

Comments are closed.