ବୌଦ୍ଧରେ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ବୌଦ୍ଧ: ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ,ମୁଣ୍ଡଳୀ କଟକ ଓଡ୍ରାଫ ଟିମ,ବୌଦ୍ଧ ଅଗ୍ନିଶମ ସେବା ସଂସ୍ଥାର ଏକ ମିଳିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସରସରାର ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ। ଏନଡିଆରଏଫ ର ଇନିସପେକ୍ଟର ବିଶ୍ୱନାଥ ଚୌଧୁରୀ,ସବଇନିସପେକ୍ଟର ପ୍ରସାଦଙ୍କ ସହ ଅନ୍ୟ ସୁରକ୍ଷା ବଳ ଏହି ତାଲିମ ଶିବିରରେ ସାଧନ କର୍ମୀ ଭାବରେ ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ ଉପରେ ଟ୍ରେନିଙ୍ଗ ପ୍ରଦାନ କରିଥିଲେ।

ମୁଖ୍ୟତଃ ବନ୍ୟା, ବାତ୍ୟା, ଭୂମିକମ୍ପ ସମୟରେ ନିଜ ଜୀବନକୁ କିଭଳି ବଞ୍ଚାଇ ପାରିବା, ବିଭିନ୍ନ ପ୍ରକାର ଦୁର୍ଘଟଣା ସ୍ଥଳରୁ କିଭଳି ଲୋକଙ୍କୁ ବଞ୍ଚାଯାଇ ପାରିବ ତାର କୌଶଳକୁ ପ୍ରଦର୍ଶନ କରିଥିଲେ। ବୌଦ୍ଧ ଜିଲାରେ ଗତ ଅପ୍ରେଲ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ଅଧିଖାରୀ ଅବନୀକାନ୍ତ ସାହୁ ପରିଚାଳନା କରିଥିଲେ।

ତାଲିମ କାର୍ଯ୍ୟକ୍ରମ ଅବସରରେ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତ ବଳିୟାରସିଂହ, ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ତାଲିମାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୁତି ବେଦବାକ୍‍, ପ୍ରଜ୍ଞା ପରିମିତା, ଦେବସ୍ମିତା ମହାନ୍ତି, ଋଷିନାଥ ନାୟକ, ମୃତ୍ୟୁଞ୍ଜୟ ପ୍ରଧାନ, ସୁଦାମ ଭୋଇ, ଦୀପକ କୁମାର ସାହୁ, ଶୁଭକାନ୍ତ ସ୍ୱାଇଁ, ସୁଜିତ ପ୍ରଧାନ, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଭୁଦତ ବେହେରା ଓ ଏସ. ପ୍ରଧାନ ପ୍ରମୁଖ ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଲିମ କାର୍ଯ୍ୟକ୍ରମକୁ ଜିଲା ଜରୁରୀକାଳୀନ ବିଭାଗ ତଥା ଓସଡମାର ପ୍ରୋଗ୍ରାମ ଅଫିସର ଅଶୋକ କୁମାର ରଥ ପରିଚାଳନା କରିଥିଲେ।

Comments are closed.