ବଗିଚାରେ ଶୌଚ ହେବାକୁ ମନା କରିବାରୁ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ : ବଗିଚାରେ ଶୌଚ ହେବାକୁ ମନା କରିବାରୁ ବଗିଚା ମାଲିକଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କଲା ଦୁର୍ବୃତ୍ତ। ମୃତକ ଜଣକ ହେଉଛନ୍ତି ଏକାଦଶୀ ନାଏକ ଏବଂ ହତ୍ୟାକାରୀର ନାମ ନରେନ୍ଦ୍ର ପ୍ରଧାନ ।

ସୂଚନା ଅନୁଯାୟୀ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖମାରିପଡ଼ା ଗ୍ରାମର ନରେନ୍ଦ୍ର ପ୍ରଧାନ ଏକାଦଶୀ ନାଏକଙ୍କ ବଗିଚାରେ ଶୌଚ ହେଉଥିଲେ । ଏକାଦଶୀ ତାଙ୍କୁ ବାରଣ କରିବା ସହିତ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ବଚସା ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ବୁଝାମଣା କରିଥିବା ବେଳେ ଉଭୟେ ନିଜ ନିଜ ଘରକୁ ଫେରିଥିଲେ । ଏକାଦଶୀ ଖାଇ ସାରି ଗାଁ ମଣ୍ଡପରେ ଶୋଇଥିବା ବେଳେ ନରେନ୍ଦ୍ର ବିଳମ୍ବିତ ରାତିରେ ଏକ ଧାରୁଆ ଟାଙ୍ଗିଆରେ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଇ ଘଟଣା ସ୍ଥଳରେ ଅଧିକ ଛାନଭିନ କରୁଛି ।

Comments are closed.