ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତକିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲାର ତାପମାତ୍ରା କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଯାହାକି ରାଜ୍ୟର ଉତ୍ତପ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ଜିଲ୍ଲା ରହିଛି। ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନ ୧୦ଟା ପରେ ରାସ୍ତା ଘାଟ ଶୁନଶାନ ହୋଇ ପଡୁଛି। ଦୋକାନ ବଜାର ଖାଁ ଖାଁ ଲାଗୁଛି। ପ୍ରବଳ ତାତି ଯୋଗୁଁ ଲୋକାମାନେ ତ୍ରାହିତ୍ରାହି ଡାକୁଛନ୍ତି।

ଜିଲ୍ଲାରେ ଯେଭଳି ଭାବରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ଜନସାଧାରଣ ସତର୍କ ନ ରୁହନ୍ତି ତାହା ହେଲେ ଅଂଶୁଘାତର ସମ୍ଭାବନା ରହିଛି। ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଅନ୍ୟ ପଟେ ଦିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଖରା ଯୋଗୁଁ ଲସି, ସରବତ, ଆଖୁରସ ଦୋକାନ ଆଗରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।

Comments are closed.