ବୌଦ୍ଧ ମର୍ଜାକୁଦ ଦ୍ୱୀପାଞ୍ଚଳରେ ୭୫ କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଶୁଭାରମ୍ଭ

ବୌଦ୍ଧ: ଆମ ଦେଶରେ ଭାରତର ସ୍ୱାଧିନ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୭୫ କୋଟି ସୂର୍ଯ୍ୟ ନମସ୍କାର ଯୋଜନା ଆରମ୍ଭ ହେବାପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯାଇଛି। ରବିବାରଦିନ ବୌଦ୍ଧ ସହରର ମହାନଦୀ ଭିତରେ ରହିଥିବା ମର୍ଜାକୁଦ ଦ୍ୱିପାଞ୍ଚଳରେ ଘରକୁ ଘର ଯାଇ ସଚେତନତା କରାଯାଇଥିଲା ଏବଂ ଖେଳପଡ଼ିଆରେ ସୂର୍ଯ୍ୟ ନମସ୍କାରର ଉପକାରୀତା ସଂପର୍କରେ ଆଲୋଚନା କରିବା ସହିତ ୫୦ଜଣ ଯୁବକମାନଙ୍କୁ ନେଇ ଅଭ୍ୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ପକ୍ଷରୁ ସଂଯୋଜକ ଦେବାଶିଷ ପୁରୋହିତ, ନଗର ସଂଯୋଜକ ବିଜୟ କୁମାର ସାହୁ, ଯୋଗ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ନିରଞ୍ଜନ ମେହେର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ମର୍ଜାକୁଦ ଯୋଗ ସମିତି ଗଠନ କରାଯାଇ ତାପସ ଗିରିଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରତିଦିନ ଅପରାହ୍ନ ୩ଘଣ୍ଟା ସମୟରେ ୨୧ ଦିନ ବ୍ୟାପି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା। ସମସ୍ତ ଯୁବକମାନଙ୍କୁ ୭୫କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ପଂଜୀକରଣ କରିବା ପାଇଁ ଯୋଗ ସମିତିର ଯୁବକମାନେ ଦାୟିତ୍ୱ ନେଇଛନ୍ତି।

Comments are closed.