ଚତୁର୍ଥ କୃଷ୍ଣଚନ୍ଦ୍ର ଡାଙ୍ଗ ସ୍ମାରକୀ ଫୁଟବଲ ପ୍ରତିଯୋଗିତା, ଟାଟରକିଲା ଚମ୍ପିୟାନ

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ଦହ୍ୟା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ମା ରୁଦ୍ରକାଳୀ ଫୁଟବଲ କ୍ଲବ ମହିସରପିଣ୍ଢା ଆନୁକୂଲ୍ୟରେ ଚାଲିଥିବା ଚତୁର୍ଥ କଷ୍ଣଚନ୍ଦ୍ର ଡାଙ୍ଗ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ଖେଳ ପଞ୍ଚରା ଫୁଟବଲ କ୍ଲବ ମନୁପାଲି ଓ ଜୟଦୁର୍ଗା କ୍ଲବ ଟାଟରକିଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ କରିବାରେ ସକ୍ଷମ ନହେବା ଯୋଗୁଁ ଫଳାଫଳ ପାଇଁ ଟାଇବ୍ରେକର ର ସହାୟତା ନିଆଯାଇଥିଲା। ଏଥିରେ ଟାଟରକିଲା ଦଳ ୩-୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବୟନିକା ସଭାପତି ତଥା ବରିଷ୍ଠ ନେତା ଶେଷ କୁମାର ମେହେର ଓ ସମ୍ମାନିତ ଅତିଥି ଭାବରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ,ଜିଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବନେତା ଇଂ. ରାକେଶ କୁମାର ତ୍ରିପାଠୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ବିତରଣ କରିଥିଲେ। ରେଫରି ଭାବରେ ଅମ୍ବରୀଶ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ପ୍ରଫୁଲ୍ଲ ବାଘ ଓ ବାସୁଦେବ ସାହୁ ଲାଇନରେ ସହଯୋଗ କରିଥିଲେ। ଏଥିସହିତ ରାଜେଶ କୁମାର ସାହୁ ଚତୁର୍ଥ ରେଫରି ଏବଂ ଶ୍ରୀନିବାସ ସେଠୀ ଓ ଉଦାରୁ ବେହେରା ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ବୃନ୍ଦାବନ, ଜିତୁ, ଗିରିଶ, ରୁଦ୍ର, ରଶ୍ମି, ଶେଷଦେବ, ପସନ୍ଦ, ଗୋବର୍ଦ୍ଧନ, ନନ୍ଦ, ନୀଳ, ରାଜୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.