ସାମ୍ବାଦିକ ଶଶାଙ୍କ ମିଶ୍ର ହେଲେ ବୌଦ୍ଧ ଜିଲା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ

ବୌଦ୍ଧ: ଜିଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଭାବରେ ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଜରୂରୀ ବୈଠକ ଡକାଯାଇ ସଦସ୍ୟମାନଙ୍କ ସହିତ ଆଲୋଚନା କରାଯିବା ପରେ ଶ୍ରୀମିଶ୍ରଙ୍କୁ ପୁନର୍ବାର ସଂପାଦକ ଦାୟିତ୍ୱ ପ୍ରଦାନ କରିବା ପାଇଁ ମତପ୍ରକାଶ ପାଇଥିଲଶ। ସଭାପତି ଶ୍ରୀବେହେରାଙ୍କ ଦ୍ୱାରା ନୂତନ ସାଧାରଣ ସଂପାଦକ ଭାବରେ ଶ୍ରୀମିଶ୍ରଙ୍କ ନାମ ଘୋଷଣା କରାଯିବା ସହିତ ସନ୍ଧ୍ୟାରେ ଏକ ଜରୂରୀ ବୈଠକ ଡକାଯାଇ ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ନୂତନ ସଂପାଦକଙ୍କୁ ଫୁଲତୋଡା ଦେଇ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ରାଉତ, ସଂପଦ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ, ପ୍ରମୋଦ କୁମାର ବାଘ, ଅଜିତ କୁମାର ବାରିକ, ଧବଳେଶ୍ୱର ମହାପାତ୍ର,ସିମୁନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଭାସିରେ ଭାର୍ଜନ କୁମାର ପ୍ରଧାନ, ହିମାଂଶୁ ଶେଖର ସାହୁ, ସୀତାକାନ୍ତ ସିଂହ, ସୁଶୀଲ କୁମାର ମିଶ୍ର, ବନମାଳି ପ୍ରଧାନ, ଉମାକାନ୍ତ ମହାକୁଡ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.