୭୫ କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ସଫଳ ନିମନ୍ତେ ବୌଦ୍ଧ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି

ବୌଦ୍ଧ: ଭାରତ ସ୍ୱାଧିନତା ହେବାର ୭୫ବର୍ଷ ପୁର୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ ପାଇଁ ଭାରତ ସରକାରଙ୍କ ଆୟୁଷ ବିଭାଗ ନେତୃତ୍ୱରେ ବିଭିନ୍ନ ସଙ୍ଗଠନମାନଙ୍କୁ ନେଇ ୭୫ କୋଟି ସୂର୍ଯ୍ୟ ନମସ୍କାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆମ ରାଜ୍ୟରେ ଯୋଗାସନ ର୍ସ୍ପୋଟ୍ସ ଆସୋସିଏସନ୍‍ ଅଫ ଓଡ଼ିଶା ତରଫରୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନଗୁଡିକୁ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୌଦ୍ଧଜିଲ୍ଲାରେ ମୂଖ୍ୟଯୋଗ ଶିକ୍ଷକ ଦେବାଶିଷ ପୁରୋହିତଙ୍କୁ ନୋଡାଲ ଅଫିସର ଭାବେ ଯୋଗ ଆସୋସିଏସନ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସଙ୍ଗଠନମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ରହିଥିବା ହରେକୃଷ୍ଣ ଭାଇ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ଶିବ ଚରଣ ବାଘ ଓ ପ୍ରଣବ ନାଏକ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ମତାମତ ପ୍ରକାଶ କରିଥିଲେ। ବୌଦ୍ଧଜିଲ୍ଲାରେ ପ୍ରତ୍ୟେକ ପରିବାର ପାଖରେ ସୂଚନା ପ୍ରଦାନ କରିବା ସହିତ ସମସ୍ତଙ୍କୁ ରେଜିଷ୍ଠ୍ରିଭୁକ୍ତ କରି ସୂର୍ଯ୍ୟ ନମସ୍କାର କରିବା ପାଇଁ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପରିଚାଳନା ନିମନ୍ତେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା। ଜିଲ୍ଲା ସଂଯୋଜକ ଭାବେ ଦେବାଶିଷ ପୁରୋହିତ, ସହ ସଂଯୋଜକ ଭାବେ ଶିବରାମ ସାହୁ, କଂଟାମାଳ ତହସିଲ ଦାୟିତ୍ୱରେ ଡାକ୍ତର ପ୍ରମୋଦ କୁମାର ସାହୁ, ଶଶିଭୂଷଣ ବଗର୍ତୀ, ଅନନ୍ତ ବାଘ, ବୌଦ୍ଧ ତହସିଲ ଦାୟିତ୍ୱରେ ସଂଜୟ କୁମାର ତନ୍ତୀ ଓ ସତ୍ୟନାରାୟଣ ପ୍ରଧାନ, ହରଭଙ୍ଗା ତହସିଲ ଦାୟିତ୍ୱରେ ବାଳକୃଷ୍ଣ ନାୟକ, ସରୋଜ କୁମାର ଭୋକ୍ତା, ବୌଦ୍ଧ ସଦର ଦାୟିତ୍ୱରେ ବିଜୟ କୁମାର ସାହୁ, ଅନିମା ଶତପଥି ପ୍ରଚାର ପ୍ରସାର ପାଇଁ ପଦ୍ମ ଚରଣ ମେହେର, ବୌଦ୍ଧ ଦାୟିତ୍ୱରେ ପ୍ରବିର କୁମାର ଦାସ, ହରଭଙ୍ଗା ପାଇଁ ଶିବରାମ ସାହୁ, କଂଟାମାଳ ଏବଂ ସମଗ୍ର ଜିଲ୍ଲା ପାଇଁ ଦେବାଶିଷ ପୁରୋହିତଙ୍କୁ ପରିଚାଳନା କରିବା ବୈଠକରେ ନିଷ୍‍ଡତି ଗ୍ରହଣ କରାଯାଇଥିଲା। ଆସନ୍ତା ଜାନୁଆରୀ ୨୬ ତାରିଖରେ ଅପରାହ୍ନ ୪ଘ. ସମୟରେ ବୌଦ୍ଧ ସହରର ଶ୍ରୀଚନ୍ଦ୍ରଚୂଡ ମନ୍ଦିର ନିକଟ ମହାନଦୀ ବାଲିରେ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ସୂର୍ଯ୍ୟ ନମସ୍କାର ସାମୁହିକ ଅଭ୍ୟାସ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ ଏବଂ ସାମାଜିକ ଓ ଆଧ୍ୟାତ୍ମୀକ ଅନୁଷ୍ଠାନକୁ ସାମିଲ କରାଯାଇ ସଫଳ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Comments are closed.