ବୌଦ୍ଧ ଜିଲାରେ ସରିଲା ନାମାଙ୍କନ ପତ୍ର ଯାଞ୍ଚ

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ଶନିବାର ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏହି ନିର୍ବାଚନରେ ବୌଦ୍ଧଜିଲାରେ ୩ ଗୋଟି ବ୍ଲକରେ ୯ ଗୋଟି ଜିଲାପରିଷଦ ଜୋନ ଓ ୬୯ ପଞ୍ଚାୟତ ପାଇଁ ସରପଞ୍ଚ ଓ ସମତିସଭ୍ୟ ଓ ୯୫୫ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଜିଲାରେ ସମୁଦାୟ ୬୯ ପଞ୍ଚାୟତ ପାଇଁ ୧୫୧୧ ଜଣ ୱାଡମେମ୍ବର ପାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚ ସମୟରେ ୩୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବା ବେଳେ ୧୪୭୮ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ ହୋଇଛି। ସେହିପରି ସରପଞ୍ଚ ପଦବୀ ପାଇଁ ୩୪୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୭ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ବର୍ତ୍ତମାନ ୩୩୭ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି। ସେହିପରି ସମିତିସଭ୍ୟ ପାଇଁ ୩୩୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୪ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୩୨୨ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଜିଲାର ୯ ଜିଲାପରିଷଦ ଆସନ ପାଇଁ ୪୧ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଯାଞ୍ଚରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ସମୟରେ ନାକଚ ହୋଇଥିବା ବେଳେ ୪୦ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି।

ଆସନ୍ତା ୨୫ ତାରିଖ ଦିନ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିବସ ଥିବା ବେଳେ ଆଉ କେତେ ଜଣ ନାମାଙ୍କନ ପତ୍ର ପତ୍ୟାହର କରୁଛନ୍ତି ନା ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବ ଏହା ଦେଖିବାକୁ ବାକି ରହିଲା। ଏପେଟ ବହୁ ପଞ୍ଚାୟତ ଗୁଡିରେ ଏକାଧିକସଂଖ୍ୟାରେ ପ୍ରାର୍ଥୀପତ୍ର ଦାଖଲ ହୋଇଥିବାରୁ ନେତା ଓ କର୍ମୀୀଙ୍କ ଚିନ୍ତା ବଢ଼ାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହର ସମୟ ଆଉ ଦିନ ଥିବା ବେଳେ ବିଦ୍ରୋହି ପ୍ରାର୍ଥୀଙ୍କୁ ମନାଇବାରେ ଦଳୀୟ ନେତା ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ଜିଲାପରିଷଦ ପାଇଁ ତିନି ପମୁଖ ରାଜନୈିତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ ୯ ଗୋଟି ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସିପିଆଇ ପକ୍ଷରୁ ୫ ନଂ ଜୋନରେ ସୌଦାମିନି ବଳିଆରଙ୍କୁ ପ୍ରାର୍ଥୀ କରିଥିବା ବେଳେ ୯ ନଂ ଜୋନ ପାଇଁ ରଞନ ଦଲେଇଙ୍କ ପ୍ରାର୍ଥୀ କରିଛି। ଜିଲାରେ ବିଭିନ୍ନ ଜୋନରେ ଅସନ୍ତୁଷ୍ଟ ହୋଇ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ୩ ନଂ ଜୋନରେ ତିନି ପ୍ରମୁଖ ରାଜନୈତିକ ଦଳ ବ୍ୟତିତ ସ୍ୱାଧିନ ଭାବେ ଅଜିତ ବାଘ, ସମୃଦ୍ଧ ଓଡ଼ିଶା ପାଟିରୁ ଦିବ୍ୟଲୋଚନ କର୍ଣ୍ଣ, ଆମ ଆଦମି ପାର୍ଟିରୁ ପ୍ରଶାନ୍ତ କର୍ଣ୍ଣ, ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ୪ ନଂ ଜୋନରୁ ସ୍ୱାଧିନ ଭାବେ ଶେଷ ସାହୁ ପ୍ରାର୍ଥ ପତ୍ର ଦାଖଲ କରିଥିବା ବେଳେ ସ୍ୱାଧିନ ଭାବେ ସଂଯୁକ୍ତା ଭୋଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୬ ନଂ ଜୋନରୁ ବିଜେଡିର ଅସନ୍ତୁଷ୍ଠ ପ୍ରାର୍ଥୀ ତଥା ପୁର୍ବତନ ଜିଲା ବିଜେଡି ସଭାନେତ୍ରୀ ଯସ୍ମିନ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ୭ ନଂ ଜୋନରୁ ସ୍ୱାଧିନ ଭାବେ କୃଷ୍ନ ଚନ୍ଦ୍ର ନାଏକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୮ ନଂ ଜୋନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ଶୁଶାନ୍ତି ଗାଇଗରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୯ନଂ ଜୋନରେ ସର୍ବାଧିକ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବା ବେଳେ ସ୍ୱାଧିନ ଭାବେ ପ୍ରଦ୍ୟୁମ୍ନ କୁମାର ଦାସ, ଭୀମସେନ କଲତା, ସୁଜିତ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Comments are closed.