ଜୟ ଭୈରବୀ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧଜିଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଜୟ ଭୈରବୀ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଲବର ସଦସ୍ୟମାନେ ବୌଦ୍ଧ ସହରର ଦୈନିକ ବଜାର, ଭୈରବୀ ବଜାର ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ମାସ୍କ ବଣ୍ଟନ କରିବା ସହିତ ଜିଲାରେ ଯେପରି କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଛି ସମସ୍ତେ କୋଭିଡ ନିୟମ ପାଳନ କରିବାକୁ ସଚେତନ କରିଥିଲେ।

ଘରୁ ବାହାରକୁ ବାହାରିଲାବେଳେ ମାସ୍କ ପରିଧାନ କରିବା, ହାତକୁ ବାରମ୍ବାର ସାବୁନରେ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା କରୋନା ଭଳି ମହାମାରୀ କବଳରୁ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ନିହାତି ଜରୂରୀ ନଥିଲେ ଘରୁ ବାହାରକୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ କରିବା ସହ ମହାମାରୀରୁ ରକ୍ଷା ପାଇବାକୁ ସଚେତନତାହିଁ ଏକମାତ୍ର ସୁରକ୍ଷା କବଚ ବୋଲି ବୁଝାଇଥିଲେ। ଏଥିସହିତ ଏହି ମହାମାରୀ ସମୟରେ ନିଜର ଦାୟିତ୍ୱ ନିଷ୍ଠାର ସହିତ ତୁଲାଉଥିବା ଚିକିତ୍ସାଳୟ କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ କ୍ଲବ ପକ୍ଷରୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ନିରୋଦ ମେହେର, ସମ୍ପାଦକ କୈଳାଶ ବେହେରା, କାର୍ତ୍ତିକ ମହାପାତ୍ର, ଦିଲ୍ଲିପ ରାଉତ, ଅନିଲ ବେହେରା, ଦୁର୍ଯ୍ୟଧନ ନାଏକ ପ୍ରମୁଖଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ।

Comments are closed.