ବୌଦ୍ଧ ଜିଲାରେ ୬୫୦ ନାମାଙ୍କନ ପତ୍ର ଦାଖଲ

ବୌଦ୍ଧ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଥିôବା ବେଳେ ବୌଦ୍ଧଜିଲାରେ ଗୁରୁବାର ୬୫୦ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲାର ହରଭଙ୍ଗା ବ୍ଲକରେ ୱାର୍ଡମେମ୍ବର ପାଇଁ ୧୩୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସରପଂଚ ପଦବି ପାଇଁ ୩୮ ଜଣ ଓ ସମିତି ସଭ୍ୟ ପାଇଁ ୩୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ହରଭଙ୍ଗା ବ୍ଲକରେ ଥିବା ୭,୮,୯ ନମ୍ବର ଜିଲାପରିଷଦ ଜୋନ ରହିଥିବା ବେଳେ ୭ ଓ ୯ ନମ୍ବର ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ବେଳେ ୮ ଜୋନରେ ଆଜି ମଧ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ବୌଦ୍ଧ ବ୍ଲକରେ ୱାର୍ଡ ମେମ୍ବର ପାଇଁ ୧୫୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପଦବି ପାଇଁ ୩୯ ଓ ସମିତି ସଭ୍ୟ ପଦବି ପାଇଁ ୨୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବୌଦ୍ଧ ବ୍ଲକରେ ଥିବା ୪,୫,୬ ଜିଲାପରିଷଦ ଜୋନ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୬ ନମ୍ବର ଜୋନରେ ୨ ଜଣ ପ୍ରାର୍ଥୀନାମ।।ଙ୍କନ ପତ୍ର ଦାଖଲ କରିଛନ୍ତି। କଣ୍ଟାମାଳ ବ୍ଲକରେ ୧୫୦ ୱାର୍ଡ ମେମ୍ବର ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଂଚ ପଦବି ପାଇଁ ୩୫ ଓ ସମିତି ସଭ୍ୟ ପାଇଁ ୨୭ ଜଣ ପ୍ରାର୍ଥୀନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କଣ୍ଟାମାଳ ବ୍ଲକରେ ଥିବା ୧,୨,୩ ନମ୍ବର ଜିଲାପରିଷଦ ଜୋନ ପାଇଁ ୩ ଜଣ ପ୍ରାର୍ଥୀ ଆବେଦନ କରିଥିବାବେଳେ ୩ ନମ୍ବର ଜୋନର ପ୍ରାର୍ଥୀ ୩ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବୌଦ୍ଧ ଜିଲାର ୯ ଗୋଟି ଜିଲାପରିଷଦ ଆସନ ମଧ୍ୟରୁ ୮ ଟି ଆସନରେ ଗୁରୁବାର ଦିନ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ୮ ଗୋଟି ଆସନରେ ୬ ଜଣ ମହିଳା ଏବଂ ୨ ଜଣ ପୁରୁଷ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ୭ ନମ୍ବର ଜୋନରେ ବିଜେଡି ପକ୍ଷରୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଆସନରେ ୪ ଜଣ ଆଶାୟୀ ଦାବିଦାର ଥିବାବେଳେ ଶେଷରେ ବିଶ୍ୱଜିତଙ୍କ ନାମ ଚୁଡାନ୍ତ କରାଯାଇଛି। କିନ୍ତୁ ବିଜେଡି ପାଇଁ ସହଜ ହେବ ବୋଲି କୁହାଯାଉଥିବା ୮ ନମ୍ବର ଜୋନ କୁ ନେଇ ଏବେ ବି ସଂଶୟ ରହିଥିବା ଜଣାଯାଇଛି। ତେଣୁ ୮ ନମ୍ବର ଜୋନ ପାଇଁ ବିଜେଡି ପକ୍ଷରୁ ଶେଷ ଦିବସରେ ପ୍ରାର୍ଥୀପତ୍ର ଦାଖଲ କରାଯିବ ବୋଲି ସୂଚନା ମିଳିଛି। ଏହି ଜୋନ ପାଇଁ ତାରାମନୀ ପ୍ରଧାନ ପ୍ରାର୍ଥୀନୀ ଭାବରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ବିଜେଡି ପକ୍ଷରୁ ସ୍ଥିର କରାଯାଇଥିବାବେଳେ ଶେଷ ମୁହୁର୍ତ୍ତରେ କୌଣସି କାରଣ ପାଇଁ ସେ ନାମାଙ୍କନପତ୍ର ଦାଖଲ କରିନଥିଲେ। ତେଣୁ ଏହି ଆସନରେ ବିଜେଡିର ପ୍ରାର୍ଥୀତ୍ୱ ନେଇ ଏବେ ସଂଶୟ ସୃଷ୍ଟି ହୋଇଛି। ଜିଲା ନିର୍ବାଚନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବିଜେଡି ପକ୍ଷରୁ ୧ନମ୍ବର ଜୋନ ପାଇଁ- ସୁମିତ୍ରା ସାହୁ, ୨ ନମ୍ବର ଜୋନ ପାଇଁ ମମତା ପ୍ରଧାନ,୩ ନମ୍ବର ଜୋନ ପାଇଁ ଶଙ୍କର୍ଷଣ ପ୍ରଧାନ, ୪ ନମ୍ବର ଜୋନ ପାଇଁ ବୟନ୍ତୀ ପ୍ରଧାନ,୫ନମ୍ବର ଜୋନ ପାଇଁ ଉର୍ମୀଳା ଝାଙ୍କର, ୬ ନମ୍ବର ଜୋନ ପାଇଁ କଳ୍ପନା ରାଣୀ ସାହୁ, ୭ ନମ୍ବର ଜୋନ ପାଇଁ ବିଶ୍ୱଜିତ ମିଶ୍ର ଓ ୯ ନମ୍ବର ଜୋନ ପାଇଁ ପ୍ରଭାସିନୀ ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ,ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର,ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ,ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ ଓ ବୌଦ୍ଧ ସାଂସଦ ପ୍ରତନିଧି ତାରେଣି ମହାପାତ୍ରଙ୍କ ସମେତ ଜିଲା ବିଜେଡିର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ନାମାଙ୍କନ ପାଇଁ ବାହାରିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ପ୍ରସ୍ତାବକ ଓ ସମର୍ଥକମାନେ ପ୍ରାର୍ଥୀମାନଙ୍କ ସହିତ ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିସହିତ ଦୁଇଦିନ ତଳେ ଜିଲା ମହିଳା ବିଜେଡି ସଭାନେତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ଜସ୍ମିନ ପ୍ରଧାନ ମଧ୍ୟ ୬ ନମ୍ବର ଜୋନ ପାଇଁ ସ୍ୱାଧୀନ ପ୍ରର୍ଥୀନୀ ଭାବରେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି।

Comments are closed.