ଲାଗୁ ହେଲା ନିର୍ବାଚନ ଆଚରଣବିଧି, ହଟିଲା ବ୍ୟାନର ଓ ପୋଷ୍ଟର

ବୌଦ୍ଧ : ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ତେଣୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ବ୍ୟାନର, ପତାକା ଓ ପୋଷ୍ଟର ସବୁ ହଟାଇ ଦିଆଯାଇଛି। ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଓ ଏନଏନସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ଦଳଗୁଡ଼ିକର ପୋଷ୍ଟର ଓ ବ୍ୟାନରକୁ ହଟାଇ ଦିଆଯାଇଛି।

Comments are closed.