ସିଦ୍ଧ ତପୋବନ ଡମ୍ବରୁଗଡ ମଠର ସୁରକ୍ଷା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା

ବୌଦ୍ଧ: ଗତ ଡିସେମ୍ବର ୨୧ ତାରିଖରେ ସିଦ୍ଧ ତପୋବନ ଡମ୍ବରୁହଡ ମଠର ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ମହାରାଜ ତ୍ୟାଗୀଙ୍କ ସ୍ୱର୍ଗବାସ ହୋଇଥିଲା। ତାଙ୍କର ଉତରାଧିକାରୀ ଭାବେ ମହନ୍ତ ଶ୍ରୀ ସର୍ବେଶ୍ୱର ଦାସଜୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ବୌଦ୍ଧଜିଲାରେ ଡମ୍ବରୁଗଡ ମୂଖ୍ୟ ମଠଭାବେ ପରିଚିତ ହୋଇଥିବାରୁ ଏବଂ ଜିଲାରେ ମଠ ସଂସ୍କୃତିକୁ ବଜାୟ ରଖିଥିବାରୁ ବୌଦ୍ଧଜିଲା ବ୍ରାହ୍ମଣ ସମାଜ, ଶ୍ରୀ ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଙ୍ଗଠନ ଓ ଅନ୍ନପୁର୍ଣ୍ଣା ସୁପକାର ସଂଘର ପ୍ରତିନିଧିମାନେ ମଠକୁ ଯାଇ ନୂତନ ମହନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଲୋଚନା କରିଥିଲେ। ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଗୁରୁପ୍ରସାଦ ଦାଶ, ପଣ୍ଡିତ୍‍ ବିଭୀଷଣ ଚାନ୍ଦ, ପଣ୍ଡିତ ସଂଗଠନର ସଭାପତି ସଞ୍ଜୀବ କୁମାର ପଣ୍ଡା, ସୁପକାର ସଂଘର ସଂପାଦକ ଆଦିତ୍ୟ ପୁଜାହାରୀ ବାବାଙ୍କର ସ୍ମୃତିଚାରଣ କରିଥିଲେ।

ପଣ୍ଡିତ ସଂଘର ସଂପାଦକ ହରିବନ୍ଧୁ ଶତପଥି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ମହନ୍ତ ସର୍ବେଶ୍ୱର ମଠର ବର୍ତମାନର ସ୍ଥିତି ସଂପର୍କରେ ଆଲୋଚନା କରିବା ସହିତ ବ୍ରାହ୍ମଣ ସମାଜର ଆବଶ୍ୟକତା ବିଷୟରେ ମତପ୍ରକାଶ କରିଥିଲେ। ମଠର ପରିଚାଳନା କମିଟିର ସଭାପତି ପୟୋଧର ମହାକୁଡ ମଠ ପରିସରରେ ରହିଥିବା ଅତିଥି ଭବନ ଅସଂପୁର୍ଣ୍ଣ ରହିଛି ଏବଂ ମଠକୁ ହଜାର ହଜାର ଭକ୍ତ ଆସୁଥିବାରୁ ଏଠାରେ ଗୋଷ୍ଠୀ ଶୌଚାଳୟର ଜରୁରୀ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ମଠ ପକ୍ଷରୁ ବାବା ପୁରୁଷୋତମ ଦାସ, ରଘୁବୀର ଦାସ, ନରହରି ଦାସ, ପ୍ରଭୁସେବକ ଦାସ, ସୀୟାରାମ ଦାସ ଉପସ୍ଥିତ ରହିଥିଲେ। ଆଲୋଚନା ବୈଠକ ପରେ ବ୍ରାହ୍ମଣମାନଙ୍କୁ ମଠ ପକ୍ଷରୁ ପ୍ରସାଦ ସେବନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସିଦ୍ଧେଶ୍ବର ଯୋଶୀ, ପଣ୍ଡିତ ସୁଶିଲ ପାଣିଗ୍ରାହୀ, ଗୋବର୍ଦ୍ଧନ ଦାଶ, ସରୋଜ ଦାଶ, ରାମଚନ୍ଦ୍ର ହୋତା, ପଦ୍ମଚରଣ ମିଶ୍ର, ରଞ୍ଜିତ ହୋତା, ମାନସ ମିଶ୍ର, ଶିବପ୍ରସାଦ ପାଣିଗ୍ରାହୀ, ନବୀନ ହୋତା, ବ୍ରହ୍ମାନନ୍ଦ ଶତପଥି, ସଂଜୟ ଶଙ୍କର ପୁରୋହିତ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ମଠ ତରଫରୁ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Comments are closed.