ତାଲାବନ୍ଦରେ ବୌଦ୍ଧ ଜିଲାର ୧୧୭୮୩ ଜଣଙ୍କୁ ଦିଆଯାଇଛି ରନ୍ଧା ଖାଦ୍ୟ

ବୌଦ୍ଧ: ଲକଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ରାଜ୍ୟ ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାର ତିନୋଟି ବ୍ଲକ୍‍ ଓ ବିଜ୍ଞାପିତ ଅ ଳ ପରିଷଦରେ ବିଭିନ୍ନ ଏସ୍‍ଏଚ୍‍ଜି ଗ୍ରୁପ ଓ ସ୍ୱେଚ୍ଛାସେବୀ ଜରିଆରେ ଖାଦ୍ୟ ବଣ୍ଟନ କରୁଛନ୍ତି। ଜୁନ୍‍ ୧ ତାରିଖ ସୁଦ୍ଧା ଜିଲ୍ଲାର ୧୧୭୮୩ ଜଣଙ୍କୁ ଖାଦ୍ୟ ବିତରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କ।ମାଳ ବ୍ଲକ୍‍ ସମେତ ବୌଦ୍ଧ ଏନ୍‍ଏସି ଅଂଚଳରେ ଖାଦ୍ୟ ରାନ୍ଧିବା କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଦିଆଯାଇଛି। ଖାଦ୍ୟ ରନ୍ଧା ସରିବା ପରେ ସେଗୁଡିକୁ ପ୍ୟାକେଟ୍‍ କରି ବିଭିନ୍ନ ସ୍ଥାନରେ ବିତରଣ କରାଯାଉଛି। ଲକ୍‍ଡାଉନ୍‍ ଆରମ୍ଭ ଦିନଠାରୁ ବୌଦ୍ଧ ଏନ୍‍ଏସି ଅଂଚଳରେ ଶିଶୁ ଓ ବୟସ୍କଙ୍କୁ ମିଶାଇ ୧୦୪୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି।

ସେହିପରି ବୌଦ୍ଧବ୍ଲକରେ ୫୩୨୦ ଜଣ ବୟସ୍କ ଓ ଶିଶୁଙ୍କୁ ଖାଇବା ଯୋଗାଇଦିଆଯାଇଥିବାବେଳେ ହରଭଙ୍ଗା ବ୍ଲକରେ ୨୦୩୯ ଜଣ ବୟସ୍କ ଓ ୨୭୪ ଜଣ ଶିଶୁଙ୍କୁ ମିଶାଇ ମୋଟ ୨୩୧୩ ଜଣଙ୍କୁ ଓ କଣ୍ଟାମାଳ ବ୍ଲକରେ ସର୍ବାଧିକ ୩୧୧୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ସେମାନଙ୍କ ଭିତରେ୨୯୪୩ ଜଣ ବୟସ୍କ ଓ ୧୬୭ ଜଣ ଶିଶୁ ରହିଛନ୍ତି। ଏହି ପ୍ରକ୍ରିୟା ଲକ୍‍ଡାଉନ୍‍ ଶେଷ ହେବା ଯାଏଁ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି। ତେବେ କେବଳ ସରକାର ନୁହଁନ୍ତି ଖାଦ୍ୟ ବିତରଣ ପ୍ରକ୍ରିୟାରେ ଜିଲାର କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସହାୟତା ଯୋଗାଉଛନ୍ତି। ସୂଚନା ମୁତାବକ ରେଡ୍ରକସ, ଯୁବରେଡକ୍ରସ ୱାଇସିଡିଏ ବାଉଁଶୁଣୀ, ଲୋକ କଳାବିକାଶ କେନ୍ଦ୍ର ସରସରା, ବୌଦ୍ଧ ଡିଷ୍ଟିଲାରୀ, ମାରୱାଡି ଯୁବାମଞ୍ଚ, ଉତ୍ସର୍ଗ, ଫ୍ରେଣ୍ଡସ କ୍ଲବ, ସତ୍ୟସାଇ ସେବା ସଂଗଠନ ଓ ପ୍ରଣାମ ଭଳି ସ୍ୱେଛାସେବୀ ଅନୁଷ୍ଠାନଗୁଡିକ ତାଲାବନ୍ଦ ସମୟରେ ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି।

Comments are closed.