ଯୁବ ସ୍ୱେଛାସେବୀଙ୍କ ଅକାଳ ବିୟୋଗ

ବୌଦ୍ଧ: ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମପଞ୍ଚାୟତ ବାରପୁଡୁଗ ଗ୍ରାମର ଯୁବ ସ୍ୱେଛାସେବୀ ଅରୁଣକୁମାର ବାରିକ (୪୨)ଙ୍କ ଅକାଳ ବିୟୋଗ ଘଟିଛି। କିଛିଦିନ ହେଲା ସେ ଅସୁସ୍ଥ ଥିବା ବେଳେ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଶନିବାର ତାଙ୍କର ପରଲୋକ ହୋଇଯିବା ଖବର ପ୍ରଚାରିତ ହେବାପରେ ଗ୍ରାମର କଳାଞ୍ଜଳୀ ଯୁବକ ସଂଘ ଓ ଚନ୍ଦନ ହଜୁରୀ ଯୁବକ ସଂଘର ସଦସ୍ୟଙ୍କ ସମେତ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ। ଗ୍ରାମର ମଶାଳୀରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିବା ଜଣାଯାଇଛି।

Comments are closed.