ବୌଦ୍ଧ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇଂରାଜୀ ନବବର୍ଷ ଅବସରରେ ଏକ ରକ୍ତଦାନ ଶିବିର ଜିଲା ରକ୍ତ ଭଣ୍ଡାର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଅତିଥିଭାବେ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ବରିଷ୍ଠ ଆଇନଜିବୀ ତାରେଣି କୁମାର ମହାପାତ୍ର, ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ରକ୍ତଭଣ୍ଡାର ଅଧିକାରୀ ଡା. ମଳୟ କୁମାର ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇ ରକ୍ତଦାନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ସ୍ୱଛାକୃତ ରକ୍ତ ଦେଇଥିବାରୁ ରକ୍ତଦାନ କାର୍ଯ୍ୟକ୍ରମକୁ ଏହି ଶିବିର ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ ଡାକ୍ତର ସୁଦର୍ଶନ ମେହେର ପ୍ରଥମେ ରକ୍ତ ଦେଇ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ସମୁଦାୟ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାର କର୍ମଚାରୀ ଚତୁର୍ଭୁଜ ବାରିକ୍‍, ଦିଲ୍ଲିପ ଭୋଇ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Comments are closed.