ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାଙ୍ଗଠିନିକ ବୈଠକ

ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପାଇଁ ସବୁଦଳରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ବୌଦ୍ଧ ପୁର୍ତ୍ତ ବିଭାଗ ବଙ୍ଗଳାଠାରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୫ ଗୋଟି ଜିଲାପରିଷଦର ଦଳୀୟ ନେତା ଓ କର୍ମୀଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ପ୍ରଦିପ କୁମାର ଅମାତ ଓ ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଯୋଗଦେଇ ପଞ୍ଚାୟତ ନିର୍ବାଚନରେ ସମସ୍ତ ଜିଲାପରିଷଦ ଜୋନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ବୈଠକରେ ସମସ୍ତ ଜୋନର ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପରେ ସେସବୁର ତୁରନ୍ତ ସମାଧାନ କରିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଶେଷ ଭାବରେ ଗତ ନିର୍ବାଚନରେ ବିଜେଡିର ଭାତହାଣ୍ଡି କୁହାଯାଉଥିବା ୬ ଓ ୭ ନମ୍ବର ଜୋନ ଏବଂ ୯ ନମ୍ବର ଜୋନରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିବା ବେଳେ ବୈଠକରେ ବିଗତ ଦିନର ଭୁଲକୁ ସୁଧାରି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ରଣନିତି ପ୍ରସ୍ତୁତ କରାଯାଇଥିଲା।

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ୫, ୬, ୭, ୮ ଓ ୯ ନମ୍ବର ଜୋନରେ ଯେପରି ବିଜେଡିର ଦଳୀୟ ପ୍ରାର୍ଥୀମାନେ ବିଜୟୀ ହେବେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ବ୍ୟକ୍ତିଗତ ମତଭେଦ ଭୁଲି ଦଳ ପାଇଁ କାର୍ଯ୍ୟ କରିବାକୁ ନେତାମାନେ ପରାମର୍ଶ ଦେଇଥିଲେ। ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓ ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତାରେଣି ମହାପାତ୍ର, ଧୂରୀଣ କୁମାର ଦେହୁରୀ, ସୁବାଶ ଚନ୍ଦ୍ର ସାହ, ସୁବୋଧ ପ୍ରଧାନ ଓ ଅକ୍ରୁର ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.